କାଠଗଣ୍ଡି ଜବତ, ଖସିଗଲେ ଅଭିଯୁକ୍ତ

ସୁକିନ୍ଦା : ସୁକିନ୍ଦା ଥାନା ଅନ୍ତର୍ଗତ କଣ୍ଟାପାଳ ଗ୍ରାମରେ ଆଜି ସୁକିନ୍ଦା ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବହୁ ମୂଲ୍ୟବାନ୍‌ କାଠ ଗଣ୍ଡି ଜବତ କରାଯାଇଛି। ଚଢାଉ ବେଳେ ୪ ଟି ଶାଳ, ପିଆଶାଳ ଓ ଜାମୁ ଗଛର ବଡବଡ କାଠଗଣ୍ଡି ଜବତ ହୋଇଛି। ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛିି। ସୁକିନ୍ଦା ରେଞ୍ଜର ସୌଭାଗ୍ୟ କୁମାର ସାହୁ, ଫରେଷ୍ଟର ନରେଶ ଟୁଡୁ, ଫରେଷ୍ଟ ଗାର୍ଡ ବିମଳ ବାର୍ଲା, ପ୍ରଶାନ୍ତ ହେମ୍ବ୍ରମଙ୍କ ସମେତ ୪ ଜଣ ଟ୍ରାକିଂ ଫୋର୍ସଙ୍କୁ ନେଇ ଗଠିତ ସ୍କ୍ଵାର୍ଡ ଏହି ଗ୍ରାମରେ ଚଢ଼ାଉ କରି କାଠଗଣ୍ଡି ଗୁଡିକୁ ଜବତ କରିଥିଲେ। କାଠ ରଖିଥିବା ବ୍ୟକ୍ତିମାନେ ଖସିଯାଇଥିବା ବେଳେ ଜବତ୍‌ କାଠଗଣ୍ଡିର ମୂଲ୍ୟ ୫୦ ହଜାରରୁ ଉର୍ଧ୍ୱ ହେବ ବୋଲି ବନ ବିଭାଗର ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର