କାଳିଆପାଣି : କାଳିଆପାଣି ଥାନା ଅନ୍ତର୍ଗତ ଟାଟାଷ୍ଟିଲ୍ ସୁକିନ୍ଦା କ୍ରୋମାଇଟ୍ ମାଇନ୍ସ କଲୋନୀରେ ଜନୈକ ଯୁବତୀଙ୍କ ପ୍ରତି ଦୁଷ୍କର୍ମ ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଥାନାରେ ଏକ କେସ୍ ୧୬/୨୦୧୮ ରୁଜ୍ଜୁ ହୋଇଛି। ଅଭିଯୁକ୍ତ ଜଣକ ବରିଷ୍ଠ ଟାଟା କର୍ମଚାରୀ ପ୍ରମୋଦ ଦାସଙ୍କ ପୁଅ ପ୍ରଦୀପ୍ତ(୨୯) ବୋଲି ସୂଚନା ମିଳିଛି। ପୁଲିସ୍ ଏଥିରେ ତ୍ଵରିତ ପଦକ୍ଷେପ ନେଇ ଅଭିଯୁକ୍ତ ଯୁବକକୁ ଗିରଫକରି ଦଫା ୩୭୬ ଓ ଶିଶୁ ଯୌନ ନିର୍ଯାତନା ଓ ନିରାକରଣ ଆଇନ ପୋକ୍ସୋ(୬) ଆକ୍ଟ୍ ବଳରେ ଆଜି ଜିଲ୍ଲା ମୁଖ୍ୟ ଦୌରାଜଜ୍ଙ୍କ ଅଦାଲତରେ ହାଜର କରାଯାଇଥିଲା। ବିଚାରପତିଙ୍କ ସମ୍ମୁଖରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ଜାମିନ ନାମଞ୍ଜୁର ହୋଇଯିବାରୁ ଅଭିଯୁକ୍ତକୁ ବିଚାରାଧୀନ ବନ୍ଦୀ ଭାବେ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ବୋଲି ପୁଲିସ୍ ସୂତ୍ରରୁ ପ୍ରକାଶ।
ଯାଜପୁରଟାଉନ ଉପକଣ୍ଠ ଏରଳା ଗାଁର ଏହି ଅଭିଯୋଗକାରିଣୀଙ୍କ ଏତଲାରୁ ପ୍ରକାଶ ଯେ, ୫ ବର୍ଷ ତଳେ ସେ ନାବାଳିକା ଥିବା ସମୟରେ ଅଭିଯୁକ୍ତ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସଂପର୍କରେ ଶାଳୀ ହୋଇଥିବାରୁ ସେମାନଙ୍କ ମିଳାମିଶାକୁ କେହି ବି ସନ୍ଦେହ କରିନଥିଲେ। ଏହି ସୁଯୋଗରେ ଉଭୟଙ୍କ ମଧ୍ୟରେ ଏକାଧିକ ବାର ଶାରିରୀକ ସଂପର୍କ ସ୍ଥାପିତ ହୋଇଥିଲା। ଏକ ଘରୋଇ କମ୍ପାନିରେ ଇଞ୍ଜିନିଅର ଭାବେ କାର୍ଯ୍ୟ କରୁଥିବା ପ୍ରଦୀପ୍ତ ପରବର୍ତ୍ତୀ ସମୟରେ ଅଭିଯୁକ୍ତ ଯୁବକ ଆଉ ତାଙ୍କୁ ଧରାଛୁଆଁ ଦେଲେ ନାହିଁ। ବରଂ ଅନ୍ୟତ୍ର ବିବାହ ଯୋଜନା କରିଥିଲେ। ଗତ ୨୪ ତାରିଖ ଅଭିଯୁକ୍ତଙ୍କର ନିର୍ବନ୍ଧ ହେବା ସହ ବିବାହ ସ୍ଥିର ହୋଇଥିବା ଜାଣି ପୀଡ଼ିତା ଏହାର ବିରୋଧ କରିଥିଲେ। ତେବେ ନିରାଶ ହେବା ପରେ ଥାନାର ଦ୍ଵାରସ୍ଥ ହୋଇଥିଲେ। ଏହି ସମୟରେ ଉକ୍ତ ଘଟଣାର ଆପୋଷ ମିଳାମିଶା ଉଦ୍ୟମ ହୋଇଥିଲେ ମଧ୍ୟ ଏହା ସମ୍ଭବ ହୋଇନଥିଲା। ଅପରପକ୍ଷରେ ତାଙ୍କୁ ଏକ ଯୋଜନାବଦ୍ଧ ଘଟଣାକ୍ରମରେ ଫସାଇ ଦିଆଯାଇଛି ବୋଲି ଅଭିଯୁକ୍ତ ତାଙ୍କ ବୟାନରେ କହିଛନ୍ତି। ମୋଟା ଅଙ୍କର ଅର୍ଥରାଶି ବଦଳରେ ମାମଲା ଦଫାରଫାକୁ ଅସ୍ୱୀକାର କରିବାରୁ ମୋର ଆଜି ଏପରି ଦଶା ହୋଇଛି ବୋଲି ଦୁଃଖୋକ୍ତି କରିଥିଲେ।