ଆର୍‌ଡିସିଙ୍କୁ ଜନମ ମାଟି ସୁରକ୍ଷା ସଂଗ୍ରାମ ସମିତିର ସ୍ମାରକ ପତ୍ର

ଭବାନୀପାଟଣା ସହରକୁ ତୁରନ୍ତ ବନ୍ଦୋବସ୍ତ କରିବା ଦାବି

ଭବାନୀପାଟଣା: ଭବାନୀପାଟଣା ସହରରେ ଗଡଜାତ ସମୟରୁ ବହୁ ଅଧିବାସୀ ବସବାସ କରି ଆସୁଛନ୍ତି। ପ୍ରାୟ ୬୦ଭାଗରୁ ଅଧିକ ଲୋକ ଏଯାଏଁ ସରକାରୀ ତଥା ଦେବୋତ୍ତର ଜାଗାରେ ବସବାସ କରୁଥିବା ବେଳେ ଆଜି ପର୍ଯ୍ୟନ୍ତ ପଟ୍ଟା ପ୍ରଦାନ କରାଯାଇ ନାହିଁ। ଜିଲ୍ଲା ପ୍ରଶାସନ ରାସ୍ତାର ସଂପ୍ରସାରଣ ନାଁରେ ଭବାନୀପାଟଣା ସହରର ବିଭିନ୍ନ ଜାଗାରେ ଉଚ୍ଛେଦ ପ୍ରକ୍ରିୟା ଚାଲୁଛି। କଳାହାଣ୍ଡି ଜିଲ୍ଲାର ପରିବାରଙ୍କୁ ସେହି ସ୍ଥାନରେ ସ୍ଥାୟୀପଟ୍ଟା ପ୍ରଦାନ କରାଯିବା ପାଇଁ ଜିଲ୍ଲା ପ୍ରଶାସନକୁ ଦାବି କରିଥିଲେ। ଉଚ୍ଛେଦ ପ୍ରକ୍ରିୟାରେ ଯେଉଁମାନେ ନିଜର ଜୀବିକା ଓ ବାସ ହରାଇଛନ୍ତି।

ସେମାନଙ୍କୁ ସାମ୍ବିଧାନିକ ମୌଳିକ ଅଧିକାର ପ୍ରଦାନ କରିବା ସହିତ ଥଇଥାନ କରି ନ୍ୟାୟପ୍ରଦାନ କରିବା, ଜିଲ୍ଲା ପ୍ରଶାସନ ଦ୍ୱାରା ହୋଇଥିବା ଉଚ୍ଛେଦ ପ୍ରକ୍ରିୟା ତୁରନ୍ତ ବନ୍ଦ ଓ ସ୍ଥାୟୀପଟ୍ଟା ପ୍ରଦାନ ନକଲେ ବାରମ୍ବାର ବସ୍ତିବାସିନ୍ଦା ରାଜରାସ୍ତାକୁ ଆନ୍ଦୋଳନ ପାଇଁ ଓହ୍ଲାଇଥିଲେ ମଧ୍ୟ କୌଣସି ପ୍ରଭାବ ପଡୁ ନାହିଁ। ଭବାନୀପାଟଣା ସହରରେ ବହୁଦିନ ଧରି ସରକାରୀ ତଥା ଦେବୋତ୍ତର ଜମିରେ ରହି ଆସୁଥିବା ସରକାରୀ ଏବଂ ଦେବୋତ୍ତର ଜମିର ସେହି ସ୍ଥାନରେ ପଟ୍ଟା ପ୍ରଦାନ କରିବା, ଭବାନୀପାଟଣା ସହରକୁ ତୁରନ୍ତ ବନ୍ଦୋବସ୍ତ କରିବା ନିମନ୍ତେ ଗୁରୁବାର ଜନମ ମାଟି ସୁରକ୍ଷା ସଂଗ୍ରାମ ସମିତିର ଏକ ପ୍ରତିନିଧି ଦଳ ଭବାନୀପାଟଣା ସହରସ୍ଥିତ ସର୍କିଟ ହାଉସଠାରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିସନରଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଏହି ପ୍ରତିନିଧି ଦଳରେ ବିଜୟ ସାହୁ, ସାମନ୍ତ ଖମାରୀ, ବଦ୍ରି ନାରାୟଣ ପାତ୍ର, ସରୋଜ ବାଗ, ତ୍ରିଲୋଚନ ପାଣିଗ୍ରାହୀ, ଗିରିଧାରୀ ପାତ୍ର, ରାଜେଶ ଦୀପ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର