ବିଶ୍ୱାସନିୟତା ହରାଉଛି ଭିଏସ୍‌ଏସ୍‌ ଏୟାରପୋର୍ଟ, ଆଜି ପୁଣି ବିମାନ ବାତିଲ

ଝାରସୁଗୁଡ଼ା: ସାମନ୍ୟ ପାଗ ଖରାପ ହେଲେ ଭିଏସ୍‌ଏସ୍‌ ଏୟାରପୋର୍ଟରୁ ବିମାନ ଉଡ଼ାଣ ବାତିଲ ହେବା ଏବେ ଯୋଗୁଁ ଅପେକ୍ଷାରତ ଯାତ୍ରୀଙ୍କ ମଧ୍ୟରେ ଯେତିକି ଅସନ୍ତୋଷ ପରିଲକ୍ଷିତ ହେଉଛି ତା ଠାରୁ ବେଶୀ କ୍ଷତିଗ୍ରସ୍ତ ହେଉଛି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାମଏ ଏୟାରପୋର୍ଟର ବିଶ୍ୱାସନିୟତା। ଗତ ୧୫ ଦିନ ମଧ୍ୟରେ ଏକାଧିକ ଥର ବିମାନ ବାତିଲ ଯୋଗୁଁ ଯାତ୍ରୀ ମାନେ ଏବେ ଝାରସୁଗୁଡ଼ା ପରିବର୍ତ୍ତେ ରାୟପୁର ଏୟାରପୋର୍ଟ ଉପରେ ଭରସା କରିବା ଆରମ୍ଭ କଲେଣି। ଆଜି ପୁଣି ଝାରସୁଗୁଡ଼ା-ହାଇଦ୍ରାବାଦ, ହାଇଦ୍ରାବଦ-ଝାରସୁଗୁଡ଼ା ଓ ଝାରସୁଗୁଡ଼ା-କେଲିକତା ସ୍ପାଇସ ଜେଟ୍‌ ବିମାନ ସେବା ବାତିଲ ହୋଇ ଯାଇଛିଯ ଏୟାର ପୋର୍ଟ ନିର୍ଦ୍ଦେଶକ ଏସ୍‌.କେ.ଚେହାନଙ୍କ ଠାରୁ ପ୍ରକାଶ ଯେ, ଆଜି କୋଲକାତାରୁ ଝାରସୁଗୁଡ଼ା ଆସୁଥିବା ସ୍ପାଇସ୍‌ ଜେଟ୍‌ ନିର୍ଦ୍ଧାରିତ ସମୟ ୩ ଟା ୫୦ରେ ପହଞ୍ଚିବାର ଥିଲା ମାତ୍ର ଅଚାନକ ପାଗ ଖରାପ ହୋଇଯିବାରୁ ଏହି ବିମାନ ୧୦/୧୫ ମିନିଟ ଝାରସୁଗୁଡ଼ା ଆକାଶରେ ଘୁରି ବୁଲିଥିଲା ମାତ୍ର ପାଗରେ ସୁଧାର ନହେବାରୁ ବିମାନ ଟି ଯାତ୍ରୀଙ୍କୁ ନେଇ ପୁଣି କୋଲକାତା ଫେରି ଯାଇଥିଲା। ଫଳରେ ଏହି ବିମାନ ଝାରସୁଗୁଡ଼ାରୁ ହାଇଦ୍ରାବାଦ ଯାଇ ପାରିନଥିଲା।

ହାଇଦ୍ରାବାଦରୁ ଝାରସୁଗୁଡ଼ା ଓ ଝାରସୁଗୁଡ଼ାରୁ ପୁଣି କୋଲକାତା ଉଡ଼ାଣ ମଧ୍ୟ ଏଥି ଯୋଗଁ ସମ୍ଭବ ହୋଇ ପାରିନଥିଲା। ଏହି ବିମାନ ବାତିଲ ଯୋଗୁଁ କଲିକତାରୁ ଭାୟା ଝାରସୁଗୁଡ଼ା ଦେଇ ହାଇଦ୍ରାବାଦ ଯିବାକୁ ଥିବା ବହୁ ଯାତ୍ରୀଙ୍କ ଲିଙ୍କ ବିମାନ ଫେଲ ହୋଇ ଯାଇଥିବା ବେଳେ ହାଇଦ୍ରାବାଦରୁ ଝାରସୁଗୁଡ଼ା ଆସିବାକୁ ଥିବା ୭୦ ଯାତ୍ରୀ ହାଇଦ୍ରାବାଦରେ ପଡ଼ି ରହିଥିବା ଜଣାଯାଇଛି। ରାତିରେ କୋଲକାତା ଯାଇ ସେଠାରେ ଲିଙ୍କ ବିମାନରେ ଯାତ୍ରା କରିବାକୁ ଥିବା ଯାତ୍ରୀ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଥିବା ଜଣାଯାଇଛି।

ଝାରସୁଗୁଡ଼ା ଏୟାରପୋର୍ଟରେ ଲୋ-ଭିଜିବିଲିଟିରେ ବିମାନ ଅବତରଣ କରିବା ପାଇଁ ଲାଗିଥିବା ଏକ ଡ଼ିଭାଇସ କାର୍ଯ୍ୟକ୍ଷମ ହୋଇନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଏହି ଡ଼ିଭାଇସ୍‌ କାର୍ଯ୍ୟକ୍ଷମ ହେଲେ ଖରାପ ପାଗରେ ବିମାନ ଅବତରଣରେ ଯେଉଁ ସମସ୍ୟା ସୃଷ୍ଟି ହେଉଛି ତାହା କିଛି ମାତ୍ରାରେ କମିଯିବ ବୋଲି ନିର୍ଦ୍ଦେଶକ ଶ୍ରୀ ଚେହାନ କହିଛନ୍ତି। ତେବେ ବାରମ୍ବାର ଏଭଳି ବିମାନ ବାତିଲ ବିମାନ ବନ୍ଦର ବିଶ୍ୱାସନିୟତା ଉପରେ କୁପ୍ରଭାବ ପଡ଼ୁଥିବା ବେଳେ ଯାତ୍ରୀ ଏବେ ରାୟପୁର ଓ ଅନ୍ୟ ବିମାନ ବନ୍ଦର ଉପରେ ଭରସା କରିବାକୁ ଆରମ୍ଭ କଲେଣି।

ସାମାନ୍ୟ କୋହଳା ପାଗରେ ଏପରି ଯଦି ବିମାନ ବାତିଲ ହେଉଛି ତା’ ହେଲେ ବର୍ଷା ଦିନରେ ବିମାନ ସେବା ସଂପୂର୍ଣ୍ଣ ବନ୍ଦ ହୋଇଯିବା ଆଶଙ୍କା ପ୍ରକାଶ କରିଛନ୍ତି ଯାତ୍ରୀ। ତେବେ ଖରାପ ପାଗ ଯୋଗୁଁ ସ୍ପାଇସ ଜେଟ୍‌ ଆଜି ତାର ବିମାନ ଗୁଡ଼ିକ ବାତିଲ କରିଥିବା ବେଳେ ସେହି ସମୟରେ ଏଲାୟାନ୍‌ସ ଏୟାର ବିମାନ ସେବା ବାତିଲ ହୋଇନଥିଲା। ଏହି ସମୟରେ ଏଲାୟନ୍‌ସ ବିମାନ ରାୟପୁର ଅଭିମୁଖେ ଉଡ଼ାଣ କରିଥିବାରୁ ଅନ୍ୟ ବିମାନ ଯାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର