ଦେଶର ଶହେ ପ୍ରଦୂଷିତ ସହର ମଧ୍ୟରେ ଝାରସୁଗୁଡ଼ା:‘ଆଉ କାରଖାନା ଦରକାର ନାହିଁ’

ଝାରସୁଗୁଡ଼ା ବଚାଓ ସମିତିର ରାଲିକଂଗ୍ରେସର ବିକ୍ଷୋଭ ସମାବେଶ

ଝାରସୁଗୁଡ଼ା: ଦେଶର ୧୦୦ଟି ପ୍ରଦୂଷଣ ସହର ମଧ୍ୟରେ ଝାରସୁଗୁଡ଼ା ଓ ଇବ୍‌ ଭ୍ୟାଲି ନାମ କେନ୍ଦ୍ର ପରିବେଶ ନିୟନ୍ତ୍ରଣ ବୋର୍ଡ଼ ଘୋଷଣା କରିବା ସତ୍ତ୍ୱେ ରାଜ୍ୟ ସରକାର ଏହା ଉପରେ ନିରବ ରହିଛନ୍ତି। ଝାରସୁଗୁଡ଼ା ଓ ଇବ୍‌ଭ୍ୟାଲି ଏବେ ପ୍ରଦୂଷଣର ବିଷ ବଳୟ ମଧ୍ୟରେ ରହିଛି। କାରଖାନା କର୍ତ୍ତୃପକ୍ଷ ପାଉଁଶ ପୋଖରୀକୁ ଭେଡ଼େନ ନଦୀରେ ପକାଇ ଦେବାରୁ ନଦୀ ପାଣି ବିଷାକ୍ତ ହେଉଛି। ଇବ୍‌ଭ୍ୟାଲି ଖୋଲାମୁହଁ କୋଇଲା ଖଣି ଯୋଗୁଁ ସେହି ଅଞ୍ଚଳ ପ୍ରଦୂଷିତ ହୋଇ ଉଠିଛି। ପାଣିରେ ଫ୍ଲୋରାଇଡ ମାତ୍ରା ବୃଦ୍ଧି ପାଉଛି। ଭେଡ଼େନ ନଦୀ, ଇବ୍‌ନଦୀ, କେଲୋନଦୀ ଓ ଲିଲାରି ନାଳାର ପାଣି ପ୍ରଦୂଷିତ ହେଉଛି। ପ୍ରଦୂଷଣ ନିୟନ୍ତ୍ରଣ ନିମନ୍ତେ ଥିବା ନୀତିନିୟମକୁ କୌଣସି କାରଖାନା କର୍ତ୍ତୃପକ୍ଷ ମାନୁ ନାହାନ୍ତି। କାଯ୍ୟର୍ାନୁଷ୍ଠାନ ଗ୍ରହଣ କରିବାରେ ପ୍ରଶାସନିକ ଅଧିକାରୀମାନେ ପଛଘୁଞ୍ଚା ଦେଉଛନ୍ତି।

ଏହି ସମସ୍ୟା ଉପରେ ଅଣଦେଖା କଲେ ପରିସ୍ଥିତି ଆଗକୁ ଶୋଚନୀୟ ହେବା ସହିତ ଜୀବନଧାରଣ ଦୁର୍ବିସହ ହୋଇ ପଡ଼ିବ ବୋଲି ଝାରସୁଗୁଡ଼ା ବଚାଓ ସମିତି ପକ୍ଷରୁ କୁହାଯାଇଛି। ସମିତି ପକ୍ଷରୁ ଏକ ସ୍ମାରକପତ୍ର ଜିଲ୍ଲା ପ୍ରଶାସନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଛି। ସମିତିର ସଭାପତିି ଜଗନ୍ନାଥ ଭୋଇ, ଉପସଭାପତି ଦିଗାମ୍ବର ବାଗ, ସଂପାଦକ ମିତ୍ରଭାନୁ ସାହୁ, ଯୁଗ୍ମ ସଂପାଦକ ବିକ୍ରମ ନାଏକ, କୋଷାଧ୍ୟକ୍ଷ ଶତୃଘ୍ନ ମେହେର, ଆଇନ ପରାମର୍ଶଦାତା ପି.ମୋହନ ରାଓ, ସୁଶାନ୍ତ ନାଏକ, ସଂଜିତ ନାଏକ, ହେମରାଜ ଷଣ୍ଢ, ଉତ୍ତମ ଭୋଇ, ମୁରାରି ଭୋଇ, ଗୌରହରି ସିଂ, ପ୍ରେମସାଗର ଦେହେରିଆ ପ୍ରମୁଖ ଶୁକ୍ରବାର ଏନେଇ ଏକ ରାଲି ଜରିଆରେ ସ୍ୱର ଉତ୍ତୋଳନ କରିଥିଲେ।
ଝାରସୁଗୁଡ଼ା, ୧୦/୧୧(ଇମିସ): ଝାରସୁଗୁଡ଼ା ସହର ପ୍ରଦୂଷିତ ହୋଇ ଯାଇଛି। ବିଭିନ୍ନ କଳକାରଖାନାରୁ ନିର୍ଗତ ଧୂଆଁରେ ସହର ପ୍ରଦୂଷିତ ହୋଇଛି। ତେଣୁ ଝାରସୁଗୁଡ଼ାରେ ଆଉ କୌଣସି ନୂଆଁ କାରଖାନା ପ୍ରତିଷ୍ଠା ପାଇଁ ପରିବେଶ ମଂଜୁରୀ ନଦେବା ପାଇଁ ଯୁବ କଂଗ୍ରେସ ଓ ଏନ୍‌ଏସ୍‌ୟୁଆଇ ପକ୍ଷରୁ ଝାରସୁଗୁଡ଼ା ଠାରେ ଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀଙ୍କୁ ଏକ ସ୍ମାରକପତ୍ର ଦିଆଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ କାଯ୍ୟର୍ାଳୟ ନିକଟରେ କଂଗ୍ରେସ ଦଳ ପକ୍ଷରୁ ଏକ ବିକ୍ଷୋଭ ସମାବେଶ ଅନୁଷ୍ଠିତ ହୋଇଥିଲା। ଏଥିରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ରବିନ ପାଣ୍ଡେ ସଭାପତିତ୍ୱ କରିଥିଲେ।

କଂଗ୍ରେସ କୃଷକ ସେଲ ସଭାପତି ଜଗନ୍ନାଥ ଜେନା, ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ଗିରିଶ ପଣ୍ଡା, ଟାଉନ କଂଗ୍ରେସ ସଭାପତି ଭାରତ ଅଗସ୍ତି, କାଉନସିଲର ବେଣୁଗୋପାଳ ପାଣିଗ୍ରାହୀ, ଏସ୍‌ସି ସେଲ୍‌ ସଭାପତି ମଦନ ହାତୀ, ସମ୍ବଲପୁର ଜିଲ୍ଲା ଏସ୍‌ସି ସେଲ୍‌ ସଭାପତି ମୋତିଲାଲ ତନ୍ତି, ଏନ୍‌ଏସ୍‌ୟୁଆଇ ଜିଲ୍ଲା ସଭାପତି ସନିଆ ପ୍ରଧାନ, ଏନଏସୟୁଆଇ ଟାଉନ ସଭାପତି ମଞ୍ଜୁର ଆଲାମ, ମହିଳା କଂଗ୍ରେସ ସଭାନେତ୍ରୀ ସରିତା ଅଗ୍ରଓ୍ଵାଲ, ମହିଳା କଂଗ୍ରେସ ସଂଯୋଜିକା ବବିତା ମୋଦି, ଏନଏସୟୁଆଇ ବ୍ଲକ ସଭାପତି ନବନିତ କଉର, ଟାଉନ୍‌ ମହିଳା ସଭାନେତ୍ରୀ ରୁବିନା ଖାନ, ଗୋବିନ୍ଦ ସିଙ୍ଘାନିଆ, ଫୁପୁ ମହାନ୍ତି, ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ସିଦ୍ଧାର୍ଥ ସରକାର, ପିଣ୍ଟୁ ପାଢ଼ୀ, ଶ୍ରୀକାନ୍ତ ମହାନ୍ତି, ମାନସ ରାୟ ପ୍ରମୁଖଙ୍କ ସମେତ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ସଦସ୍ୟ ସଭାରେ ସାମିଲ ଥିଲେ।

ସମ୍ବନ୍ଧିତ ଖବର