ଟ୍ରକ୍‌ ପଛରେ ବିଭାଗ: ଯାତ୍ରୀ ପରିବହନ ଅସୁରକ୍ଷିତ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ବେଦାନ୍ତ, ଏସ୍‌ଏମ୍‌ସି, ଏମ୍‌ସିଏଲ୍‌, ଓପିଜିସି ସହ ଅଲଟ୍ରାଟେକ୍‌ ସିମେଣ୍ଟ କାରଖାନାକୁ ପ୍ରତିଦିନ ହଜାର ହଜାର ଟ୍ରକ୍‌ ଯିବା ଆସିବା କରୁଥିବା ବେଳେ ଏମ୍‌ସିଏଲ୍‌ରୁ କୋଇଲା ପରିବହନ କରିବାରେ ଟକ୍‌ଗୁଡ଼ିକ ନିୟୋଜିତ ହୋଇଛି। ଝାରସୁଗୁଡ଼ା ୪୯ ନମ୍ବର ଜାତୀୟ ରାଜପଥ ଓ ୧୦ ନମ୍ବର ରାଜ୍ୟ ରାଜପଥ ଦେଇ ଜିଲ୍ଲା ତଥା ରାଜ୍ୟ ବାହାରୁ ଦୈନିକ ବହୁ ଟ୍ରକ୍‌ ଚଣ୍ଡିଖୋଲ, ସୁନ୍ଦରଗଡ଼, ରାଉରକେଲା ଏବଂ ପଡ଼ୋଶୀ ଛତିଶଗଡ଼କୁ ଯାତାୟତ କରିଥାଏ। ଏହି ଟ୍ରକ୍‌କୁ ଯାଞ୍ଚ କରିବା ଆଳରେ ବ୍ୟାପକ ଉପୁରି ଆଦାୟ ହେଉଥିବାରୁ ପରିବହନ ବିଭାଗର କିଛି ଅସାଧୁ କର୍ମଚାରୀ ରାତିଦିନ ଏହି ରାସ୍ତାରେ ପଇଁନ୍ତରା ମାରୁଥିବା ବେଳେ ଶହଶହ ଟ୍ରକ୍‌କୁ ଅଟକାଇ ଯାଞ୍ଚ କରିଥାନ୍ତି।

ମାତ୍ର ଏହି ରାସ୍ତାରେ ବିପଦପୂର୍ଣ୍ଣ ଭାବରେ ଯାତ୍ରୀସେବା କରୁଥିବା ଅନ୍ୟଗାଡ଼ି ଉପରେ ପରିବହନ ବିଭାଗର ଅଧିକାରୀ ମାନେ ଦୃଷ୍ଟି ଦେଉନଥିବାରୁ ସାଧାରଣରେ ସଂଦେହ ସୃଷ୍ଟି ହେଉଛି। ଝାରସୁଗୁଡ଼ା ଠାରୁ ବିଭିନ୍ନ ଗ୍ରାମକୁ ଯାଇଥିବା ରାସ୍ତାରେ ଅନେକ ଛୋଟ ଗାଡ଼ିରେ ଗୋରୁ ଲଦିଲା ଭଳି ଲୋକଙ୍କୁ ଓହଳେଇ ନିଆଯାଉଥିଲେ ମଧ୍ୟ ପରିବହନ ବିଭାଗ ଦେଖି ନଦେଖିଲା ଭଳି ରହୁଥିବା ଅଭିଯୋଗ ହେଉଛି । ଜାତୀୟ ଓ ରାଜ୍ୟ ରାଜପଥରେ ବେପରୁଆ ଗାଡ଼ି ଚାଳନା ଯୋଗୁଁ ପ୍ରତିଦିନ ଦୁର୍ଘଟଣା ହୋଇ ଅନେକ ଧନ ଜୀବନ ନଷ୍ଟ ହେଉଛି। ମାତ୍ର ପରିବହନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି। ବେପରୁଆ ଗାଡ଼ି ଚାଳନା, ଦ୍ରୁତ ଗାଡ଼ିଚାଳନା, ମଦ୍ୟପ ଡ୍ରାଇଭର, ଗାଡ଼ିର ଫିଟନେସ୍‌ ଯାଞ୍ଚ ପାଇଁ ଥିବା ଏଣ୍ଟରସେପ୍ଟର ଯାନକୁ କେବଳ ଟ୍ରକ୍‌ ଯାଞ୍ଚ କାଯ୍ୟର୍ରେ ନିୟୋଜିତ କରାଯାଉଥିବା ଅଭିଯୋଗ ହେଉଛି।

ପରିବହନ ବିଭାଗର କଛି ଅଧିକାରୀ ଯାଞ୍ଚ ନାମରେ ବିଭିନ୍ନ ସ୍ଥାନରେ ଟ୍ରକ୍‌ ଗୁଡ଼ିକୁ ଅଟକାଇ ବ୍ୟାପକ ଅର୍ଥ ଆଦାୟ କରୁଥିବା ନେଇ ଟ୍ରକ୍‌ ମାଲିକ ମହାସଂଘ ପକ୍ଷରୁ ଦୀର୍ଘ ଦିନରୁ ରାଜ୍ୟ ସରକାରଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି କାଯ୍ୟର୍ାନୁଷ୍ଠାନ ହୋଇନଥିିବା ଜଣାଯାଇଛି। ଝାରସୁଗୁଡ଼ାରେ ଅନେକ ଗାଡ଼ି କିରୋସିନରେ ଚାଲୁଥିବା ବେଳେ ଅନେକ ଗାଡ଼ି ବିନା ଫିଟ୍‌ନେସ୍‌ରେ ମଧ୍ୟ ଚାଲୁଥିବା ଅଭିଯୋଗ ହୋଇଛି। ଟ୍ରକ୍‌ ଗୁଡ଼ିକରେ କ୍ଷମତା ଠାରୁ ଅଧିକ ମାଲ ପରିବହନ କରୁଥିବା, କ୍ଷମତାଠାରୁ ଅଧିକ ଉଚ୍ଚ ପଯ୍ୟର୍ନ୍ତ ମାଲ ଲୋଡ଼ିଂ କରୁଥିବା ବେଳେ କୋଇଲା, ଆସ୍‌, ବାଲି, ଇଟା ଭଳି ଜିନିଷ ପରିବହନ କରୁଥିବା ଟ୍ରକ୍‌ ଗୁଡ଼ିକରେ ପାଲ ଘୋଡ଼ାଇବାର ନିୟମ ଥିଲେ ମଧ୍ୟ ନିୟମକୁ ପାଳନ କରୁନଥିବା ଟ୍ରକ୍‌ ଉପରେ କୌଣସି କାଯ୍ୟର୍ାନୁଷ୍ଠାନ ଗ୍ରହଣ କରାଯାଉନଥିବା ଅଭିଯୋଗ ହୋଇଛି। ଏହି ବେଆଇନ କାଯ୍ୟର୍ରେ ପୁଲିସ ମଧ୍ୟ ସାମିଲ ଥିବା ନେଇ ଅଭିଯୋଗ ହେଉଛି।

ଫଳରେ ବେଆଇନ ଭାବରେ ଚାଲୁଥିବା ଟ୍ରକ୍‌ ଗୁଡ଼ିକ ପରିବହନ ବିଭାଗ ଓ ପୁଲିସ ବିଭାଗର ଅସାଧୁ ଅଧିକାରୀଙ୍କୁ ହାତ କରି ଅନାୟାସରେ ବେପାର କରୁଥିବା ଜଣାଯାଇଛି । ପ୍ରଶାସନିକ ଉଚ୍ଚ କର୍ତ୍ତୃପକ୍ଷ ଏହି ରାସ୍ତାରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ସରପ୍ରାଇଜ୍‌ ଯାଞ୍ଚ କରିବାକୁ ସାଧାରଣରେ ଦାବି ହେଉଛି। ଏସବୁ ଅଭିଯୋଗ ନେଇ ଝାରସୁଗୁଡ଼ା ଆରଟିଓ ବି. ସିଂହଙ୍କ ସହ ଯୋଗାଯୋଗ କରାଯିବାରୁ ସେ କହିଥିଲେ ଯେ ଗାଡ଼ି ଧରପଗଡ଼ କରାଯାଉଛି ଏବଂ ନିୟମିତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ୍‌ କରାଯାଉଛି। ସ୍କୁଲ ବସ୍‌ଗୁଡ଼ିକର ମଧ୍ୟ ଯାଂଚ ହେଉଛି। ପ୍ରତି ମାସ ବିଭିନ୍ନ ଅନିୟମିତତା ପାଇଁ ୨୦-୨୫ଟି ମାମଲାରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ପଦକ୍ଷେପ ନିଆଯାଉଛି। ତେବେ, କିଛି ଅସାଧୁ କର୍ମଚାରୀଙ୍କ ଉପୁରି ନେଉଥିବା ଅଭିଯୋଗକୁ ସେ ଖଣ୍ଡନ କରିଥିଲେ। ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଶ୍ରୀ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର