ଦୁଇ ଅଜଣା ଶବ ସତ୍କାର କଲା ମାନବ ସେବା ସଂଘ

ଝାରସୁଗୁଡ଼ା: ସ୍ଥାନୀୟ ସରବାହାଲ ନିକଟ ଶ୍ମଶାନରେ ରବିବାର ଦୁଇ ଜଣ ଅଜଣା ବ୍ୟକ୍ତିଙ୍କ ଶବକୁ ସତ୍କାର କରିଛି ମାନବ ସେବା ସଂଘ। ତାଲପଟିଆ ଫାଣ୍ଡି ଅଧୀନରେ ଘଟିଥିବା ୨ଟି ଅପମୃତ୍ୟୁ ଘଟଣାର ମୃତକଙ୍କ ପରିଚୟ ଏ ଯାଏ ମିଳି ନଥିବାରୁ କେହି ଦାବିଦାର ନଥିଲେ। ଫଳରେ ମାନବ ସେବା ସଂଘ ପକ୍ଷରୁ ଆଜି ଶବ ଦ୍ବୟକୁ ଯଥା ରୀତି ପୂର୍ବକ ଶ୍ମଶାନରେ ସତ୍କାର କରାଯାଇଥିଲା। ମୃତ ଦ୍ବୟ ବୃଦ୍ଧ ହୋଇଥିବା ବେଳେ ଜଣକ ବୟସ ୬୫ ଓ ଅନ୍ୟ ଜଣକର ୭୦ ବର୍ଷ ବୋଲି ଅନୁମାନ କରାଯାଉଛି। ଆଜିର ଶବ ସତ୍କାର ସମୟରେ ସଂଘର ସଭାପତି ସୁବାସ ସାହାରେ, ରମେଶ ଗାନ୍ଧି, ସୋଫିଆ ଖାନ୍‌, ରାଜ ମଜୁମଦାର, ବାସିଲ ବରିଙ୍କ ସହ ପୁଲିସ ଓ ମାଜିଷ୍ଟ୍ରଟ୍‌ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର