ଝାରସୁଗୁଡ଼ା: ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବୃଦ୍ଧଙ୍କୁ ଜୋତା ମାଳ ପିନ୍ଧାଇଲେ ଗାଁ ଲୋକେ

ଝାରସୁଗୁଡ଼ା: ବିଟିଏମ୍‌ ଫାଣ୍ଡି ଅଞ୍ଚଳରେ ଶୁକ୍ରବାର ପୂର୍ବାହ୍ନରେ ଏକ ଗାଁର ଲୋକମାନେ ଜଣେ ବୃଦ୍ଧଙ୍କୁ ଜୋତା ମାଳ ପିନ୍ଧାଇଛନ୍ତି। ଗାଁ ଲୋକେ ପ୍ରଦୀପ ଦୀପ(୫୫)ଙ୍କୁ ଗାଁ ଦାଣ୍ଡରେ ବୁଲାଇଛନ୍ତି। ଜଣେ ୧୩ ବର୍ଷିଅ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗାଁ ଲୋକେ ପ୍ରଦୀପଙ୍କୁ ଏଭଳି ଶାସ୍ତି ଦେଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ପିତୃ-ମାତୃ ହରା ନାବାଳିକା ଜଣକ ନିଜର ପିଉଷୀ ଘରେ ରହି ପାଠପଢୁଥିଲେ। ପିଉଷା ଓ ପିଉଷୀ ନିଜ ନିଜ କାମ ନେଇ ବାହାରକୁ ଯାଇଥିବା ବେଳେ ନାବାଳିକା ଘରେ ଏକାକୀ ଥିଲେ। ଏହାର ସୁଯୋଗ ନେଇ ପ୍ରଦୀପ ନାବାଳିକାଙ୍କୁ କିଛି ଖାଇବାକୁ ଦେବା ବାହାନାରେ ଡାକିଥିଲେ ଓ ପରେ କବାଟ ବନ୍ଦ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଘଟଣା ଘଟିଲା ବେଳକୁ ଛୋଟ ଛୋଟ ପିଲାମାନେ ଗାଁ ଦାଣ୍ଡରେ ଖେଳୁଥିଲେ। ଘର ଭିତରେ ନାବାଳିକା କାନ୍ଦିବା ଶୁଣି ସେମାନେ ସେଠାକୁ ଯାଇଥିଲେ। ପରେ ପିଲାମାନେ ଗାଁର ଅନ୍ୟ ଲୋକଙ୍କୁ ଏ ବାବଦରେ କହିବାରୁ ନାବାଳିକା ଉଦ୍ଧାର ହୋଇଥିଲା। ଗାଁ ଲୋକଙ୍କ ସୂଚନା କ୍ରମେ ପୁଲିସ ଓ ଚାଇଲ୍ଡଲାଇନର କେନ୍ଦ୍ର ସଂଯୋଜକ ଆଶିଷ ପଣ୍ଡା ପହଞ୍ଚି ନାବାଳିକାକୁ ନେଇଛନ୍ତି। ପୁଲିସ ଅଭିଯୁକ୍ତ ପ୍ରଦୀକକୁ ପଚରାଉଚରା କରିବା ପରେ ଉଭୟଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ପଠାଇଛି।

ସମ୍ବନ୍ଧିତ ଖବର