ବଢ଼ୁଛି ଦୁର୍ଘଟଣା:ରାଜପଥରେ ବେଆଇନ ପାର୍କିଂ

ବ୍ରଜରାଜନଗର: ଜାତୀୟ ରାଜପଥ ୪୯ ଉପରେ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ଏହା ନିତିଦିନିଆ ଘଟଣା କହିଲେ ଚଳିବ। ଏହି ରାସ୍ତାରେ ଯାତୟାତ ସୁରକ୍ଷିତ ନଥିବା ଯାତ୍ରୀମାନେ କହୁଛନ୍ତି। ପ୍ରତିଦିନ ଦୁର୍ଘଟଣା ଘଟୁଛି। କୌଣସି ନା କୌଣସି ସ୍ଥାନରେ ଯାତ୍ରୀମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି। ଏବେକାର ସ୍ଥିତି ଏୟା ଯେ ନୂଆଡିହି ୯ ନଂ ଟୋଲଗେଟ୍‌ଠାରୁ ଗାନ୍ଧୀ ଛକ ପର୍ଯ୍ୟନ୍ତ ରାସ୍ତା ଉପରେ ବେଆଇନ ପାର୍କିଂ କରାଯାଉଛି। ଏଥିପାଇଁ ନା ପ୍ରଶାସନ ପଦକ୍ଷେପ ନେଉଛି ନା ଜନସାଧାରଣ ଓ ଯାତ୍ରୀ ସଚେତନ ହେଉଛନ୍ତି।

ରାସ୍ତାର ଉଭୟ ପାର୍ଶ୍ୱରେ ପାର୍କିଂ ହେଉଥିବା ଦେଖିବାକୁ ମିଳୁଛି। ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଛୋଟବଡ଼ ହୋଟେଲ, ଢାବା, ଗ୍ୟାରେଜ୍‌ ଆଦି ଯୋଗୁଁ ଯାତାୟାତ ସମୟରେ ଗହଳି ସୃଷ୍ଟି ହେଉଛି। ବହୁ ସମୟରେ ଗାଡ଼ିଗୁଡ଼ିକୁ ଡ୍ରାଇଭରମାନେ ବେପରୁଆ ଭାବେ ରାସ୍ତାରେ ଛିଡ଼ା କରି ଦେଉଛନ୍ତି। ଜନବସତି ରହୁଥିବାରୁ ଏବେ ପାଦଚଳା ରାସ୍ତାଟି ସଂପୂର୍ଣ୍ଣ ଭାବେ ଟ୍ରକ୍‌ ପାର୍କିଂରେ ପରିଣତ ହୋଇଛି। ଦୁର୍ଘଟଣା ମଧ୍ୟ ଘଟିବା ସ୍ୱାଭାବିକ। ପଥିକଠାରୁ ଆରମ୍ଭ କରି ବାଇକ୍‌ ଓ ସାଇକଲ ଆରୋହୀମାନେ ସବୁବେଳେ ବିପଦ ବଳୟରେ ରହୁଛନ୍ତି। ବେଗ ନିୟନ୍ତ୍ରଣ ଉପରେ କାହାରି ଅଂକୁଶ ରହୁନାହିଁ।

ଏବେକାର ସ୍ଥିତିରେ ଗାଡ଼ି ମାଲିକ, ପରିବହନ ସଂସ୍ଥା ଏବଂ ପ୍ରଶାସନ ମଧ୍ୟରେ ଏକ ବୈଠକ କରାଯାଇ ଏହା ଉପରେ ପଦକ୍ଷେପ ନେବା ଜରୁରୀ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ସେହିପରି ପୁଲିସ୍‌ ପକ୍ଷରୁ ମଧ୍ୟ ବେଗ ନିୟନ୍ତ୍ରଣ, ବେନିୟମ ଓ ବେପରୁଆ ଗାଡ଼ି ଚାଳନା ଉପରେ ସଚେତନତା ପଦକ୍ଷେପ ନେବା ଦିଗରେ ତତ୍ପରତା ପ୍ରକାଶ ପାଇବା ଉଚିତ ବୋଲି ସଚେତନ ମହଲରେ ମତ ରହିଛି।

ସମ୍ବନ୍ଧିତ ଖବର