ପୁଅ ସାଜିଲା ଘାତକ : ନିଜ ମା’ଙ୍କୁ ଫିଙ୍ଗିଦେଲା କୋଇଲା ବୋଝେଇ ବଗିରେ

ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଅଞ୍ଚଳ ଗୁମାଡ଼େରା ଅଞ୍ଚଳର ଜଣେ ଯୁବକ ନିଜ ଜନ୍ମଦାତ୍ରୀ ମାଁଙ୍କୁ ଟେକିନେଇ ଚଳନ୍ତା କୋଇଲା ବୋଝେଇ ଟ୍ରେନର ଏକ ବଗିରେ ଫିଙ୍ଗି ଦେଇଥିବା ଭଳି ଅମାନୁଷିକ କାଯ୍ୟର୍ ସାଧାାରଣରେ ଭୃକୁଞ୍ଚନ ସୃଷ୍ଟି କରିଛି। ସାଇଡ଼ିଂରେ କୋଇଲା ବଗି ସଫା କରୁଥିବା ବେଳେ ଏହି ବୃଦ୍ଧା ମହିଳାଙ୍କୁ ରେଳ କର୍ମଚାରୀମାନେ ଉଦ୍ଧାର କରିଥିବା ଜଣାଯାଇଛି। ମୁମୂର୍ଷୁ ଅବସ୍ଥାରେ ଏହି ମହିଳାଙ୍କୁ ସ୍ୱାଭିମାନ ଗୃହର କର୍ମଚାରୀ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଡାକ୍ତରଖାନାରେ ଶଯ୍ୟାଭାବ ଯୋଗୁଁ ମହିଳାଙ୍କୁ ତଳେ ରଖି ଚିକତ୍ସା କରାଯାଉଛି।

ଗୁମାଡ଼େରା ଅଞ୍ଚଳର ଜଣେ ବ୍ୟକ୍ତି ଗୋବିନ୍ଦ ମେହେରଙ୍କ ପତ୍ନୀ ହେଉଛନ୍ତି ଇନ୍ଦିରା ମେହେର(୫୨)। ଗୋବିନ୍ଦ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ପରେ ତାଙ୍କ ପୁତ୍ର ଖଗେଶ୍ୱର ମେହେର ମା ଇନ୍ଦିରାଙ୍କୁ ଗତ ଫେବ୍ରୁଆରି ୨୫ ତାରିଖରେ ଆଣି ଝାରସୁଗୁଡ଼ା ସ୍ୱାଭିମାନ ଗୃହରେ ଛାଡ଼ି ଚାଲି ଯାଇଥିଲେ। ଇନ୍ଦିରାଙ୍କ ଡାଇବେଟିସ୍‌ ରୋଗ ଥିବା ବେଳେ ତାଙ୍କ ଚିକିତ୍ସା କରାଇବାକୁ ଗତ ନଭେମ୍ବର ୩୦ ତାରିଖ ଦିନ ସ୍ୱାଭିମାନ ଗୃହ ପକ୍ଷରୁ ତାଙ୍କ ପୁଅ ଖଗେଶ୍ୱରକୁ ଡାକି ଘରକୁ ନେଇ ଚିକତ୍ସା କରାଇବାକୁ କହିଥିଲେ।

ପୁଅ ଖଗେଶ୍ୱର ମା’ଙ୍କୁ ନେଇ ଚିକତ୍ସା କରିବ କଣ ବେଲପାହାଡ଼ ଠାରେ ଛିଡ଼ା ହୋଇଥିବା ଏକ କୋଇଲା ବଗିରେ ପକାଇ ଚାଲିଯାଇଥିଲା। ରବିବାର ଝାରସୁଗୁଡ଼ା ଠାରେ ବଗି ଯାଞ୍ଚ ବେଳେ ଏହି ମହିଳା ପଡ଼ିଥିବା ଦେଖିବାକୁ ମିଳିଥିଲା। ୪ ଦିନ ଧରି କିଛି ନଖାଇ ନପିଇ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ମହିଳାଙ୍କଠାରୁ ଶୁଣି କିଛି ବ୍ୟକ୍ତି ସ୍ୱାଭିମାନ ଗୃହକୁ ନେଇଥିଲେ।

ସମ୍ବନ୍ଧିତ ଖବର