ଝାରସୁଗୁଡ଼ା: ଯାତ୍ରୀବାହୀ ବସ୍‌-ଟ୍ରେଲର ଧକ୍କା, ୧୦ ଆହତ, ଜଣେ ଗୁରୁତର

ଝାରସୁଗୁଡ଼ା: ବେଲପାହାଡ ଥାନା ଅନ୍ତର୍ଗତ ଶନିମନ୍ଦିର ପେଟ୍ରୋଲ ପମ୍ପ ନିକଟରେ ଗୁରୁବାର ଅପରାହ୍ନରେ ଟ୍ରେଲରକୁ ଯାତ୍ରୀବାହୀ ବସ୍‌ ଧକ୍କା ଦେବାରୁ ୧୦ ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି।

ସୂଚନା ଅନୁସାରେ ସମସ୍ତ ଆହତଙ୍କୁ ଡିଏଲ୍‌ଆର ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସମସ୍ତଙ୍କୁ ଘରକୁ ଯିବା ପାଇଁ କୁହାଯାଇଛି। ଗୁରୁତର ଶିବାନୀ ସିଂହ (୧୯)ଙ୍କୁ ବୁର୍ଲା ବଡ଼ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୪୯ ନମ୍ବର ଜାତୀୟ ରାଜପଥ କଡ଼ରେ ପେଟ୍ରୋଲ ପମ୍ପରୁ ବାହାରୁ ଥିବା ଟ୍ରେଲରକୁ ଯାତ୍ରୀବାହୀ ବସ ଧକ୍କା ଦେଇଥିଲା।

ସମ୍ବନ୍ଧିତ ଖବର