ଝାରସୁଗୁଡ଼ା: ଥଣ୍ଡା ପାନୀୟ କ୍ୟାନ୍ ଭିତରୁ ଚର୍ବି ଭଳିଆ ଏକ ପଦାର୍ଥ ବାହାରୁ ଥିବାରୁ ସାଧାରଣରେ ଉଦ୍ବେଗ ପ୍ରକାଶ ପାଇଛି। ଏ ନେଇ ଝାରସୁଗୁଡ଼ା ବୁରୋମାଲ ବାସିନ୍ଦା ଲକ୍ଷ୍ମଣ କୁମାର ଦାସ ସ୍ଥାନୀୟ ଥାନାରେ ଏକ ଏତଲା ମଧ୍ୟ ଦାୟାର କରିଥିବା ଜଣାଇଛନ୍ତି। ଗତ ୬ ତାରିଖ ଶ୍ରୀ ଦାସ ସରବାହାଲସ୍ଥିତ ଏକ ପାନ ଦୋକାନରୁ ଏକ କୋକାକୋଲା କ୍ୟାନ୍ କିଣି ପିଇବା ବେଳେ କ୍ୟାନ୍ ଭିତରେ ଚର୍ବିଜାତୀୟ ଏକ ପଦାର୍ଥ ବାହାରିଥିଲା। ଏହାପରେ ସେ କ୍ୟାନ୍ ଗୁଡ଼ିକର ପ୍ରସ୍ତୁତି ତାରିଖ ଦେଖିଥିଲେ, ଯେଉଁଥିରେ ଏହାର ଅବଧି ଆହୁରି ଦୁଇମାସ ଥିଲା। ତେବେ ଏଭଳି ପଦାର୍ଥ କେମିତି ବାହାରିଲା ସେନେଇ ଶ୍ରୀ ଦାସ ଜାଣିବା ପାଇଁ ଦୋକାନରେ ଥିବା ୮ଟି କୋକାକୋଲା କ୍ୟାନ୍କୁ ଖୋଲିବାରୁ ସେଥିରେ ମଧ୍ୟ ସେହି ସମାନ ପଦାର୍ଥ ବାହାରିଥିଲା। ଏହି ସମୟର ଦୃଶ୍ୟକୁ ଶ୍ରୀ ଦାସ ଭିଡ଼ିଓ ମଧ୍ୟ କରିଥିବା ବେଳେ ଗତ ୭ ତାରିଖ ଥାନାରେ ପ୍ରମାଣ ସହିତ ଏକ ମାମଲା ରୁଜୁ କରିଥିଲେ। ପୁଲିସ ପକ୍ଷରୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏହି ପଦାର୍ଥର ନମୁନାକୁ କୌଣସି ଏକ ପରୀକ୍ଷାଗାରରେ ଯାଞ୍ଚ କରାଯିବାକୁ ଶ୍ରୀ ଦାସ ଦାବି କରିଛନ୍ତି। ନହେଲେ ଏଭଳି ପାନୀୟ ସେବନ କଲେ ଏହାର କୁପ୍ରଭାବ ଶରୀର ଉପରେ ପଡ଼ିପାରେ ବୋଲି ସେ ଆଶଙ୍କା କରିଛନ୍ତି।
ଥଣ୍ଡା ପାନୀୟରେ ଚର୍ବି ଭଳି ବସ୍ତୁ ଥାନାରେ ଅଭିଯୋଗ
/sambad/media/post_attachments/wp-content/uploads/2019/06/drinks.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)