ଆମପାଣି ଘାଟିରେ ଟ୍ରକ ଓଲଟି ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟଣା :ଶବ ଚିହ୍ନଟ, ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର

କୋକସରା /ଆମପାଣି: କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଆମପାଣି ଘାଟି ବିରିମୁହାଣ ଛକ ନିକଟରେ ଗୁରୁବାର କାଠ ବୋଝେଇ ଟ୍ରକ (ଓଡି ୨୪ ସି ୮୫୦୫) ଓଲଟି ପଡ଼ିଥିଲା। ଟ୍ରକ୍ ତଳେ ଚାପି ହୋଇ ୨ ଜଣ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଶୁକ୍ରବାର ମୃତକଙ୍କ ପରିଚୟ ମିଳିଛି। ମୃତକମାନେ ହେଲେ ଧର୍ମଗଡ଼ ଥାନା ବଡ଼ଘୁମର ଗ୍ରାମର ଶଙ୍କେଶ୍ବର ମେହେର (୩୪ ) ଓ ଇନ୍ଦ୍ରଜିତ ମେହେର (୨୮)। ସେମାନେ ଏକ ବାଇକ୍ (ଓଡି ୦୮- ୦୯୫୨)ରେ ଡାବୁଗାଁ ନିଜ ସମ୍ପର୍କୀୟ ଘରକୁ ଯାଇ ଗାଁକୁ ଫେରୁଥିବା ବେଳେ ଆମପାଣି ଘାଟିର ବିରିମୁହାଣ ଛକ ନିକଟରେ ୨୬ ନଂ ଜାତୀୟ ରାଜପଥରେ ଏକ କାଠ ଗଣ୍ତି ବୋଝେଇ ଟ୍ରକକୁ ଓଭରଟେକ୍ କରୁଥିବା ସମୟରେ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବାଇକଟି ଟ୍ରକ୍ ତଳେ ଚାପି ହୋଇ ଯାଇଥିଲା। ଆଜି ମୃତକଙ୍କ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି। ପୁଲିସ ଏକ ମାମଲା ରୁଜୁ କରି ଟ୍ରକକୁ ଅଟକ ରଖି ତଦନ୍ତ କରିୁଥିବା ଏସ୍‌ଆି ସୁନ୍ଦର ମାଝୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର