ବଲଧିଆମାଲରେ ଝାଡ଼ାବାନ୍ତି:ଦୁଇ ଦିନରେ ୨୩ ଆକ୍ରାନ୍ତ

ଜଣେ ଗୁରୁତର

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନର୍ଗତ ବଲଧିଆମାଲ ଗାଁରେ ଝାଡ଼ାବାନ୍ତିରେ ଦୁଇଦିନରେ ୨୩ ଜଣ ଆକ୍ରାନ୍ତ ହୋଇଥିବା ଜଣାଯାଇଛି। ସମସ୍ତଙ୍କୁ ଜୁନାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ବଦ୍ରିନାଥ ପ୍ରଧାନୀ(୬୦)ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ମୁତାବକ, ବଲଧିଆମାଲ ଗ୍ରାମର ଲିଜିଲି ମେହେର(୯), ସୁଭଶ୍ରୀ ମେହେର(୬୫), ସରୋଜ ମାଝୀ(୨୦), ମିଲି ମେହେର(୨୫), ସରିତା ପ୍ରଧାନୀ(୧୪), ଯଶୋଦା ମେହେର(୫୦), ଦିଗାମ୍ବର ମେହେର(୬୫), ସୁଷମା ଲହଜଲ (୨୨), ଗିରିଧାରୀ ମେହେର(୩୮), ଫାଲଗୁନୀ ହଂସ (୧୦), ନୈମିଶ ମେହେର(୧୮), ଅଭିରାମ ମେହେର(୫୫), ଲାଲୁ ବୈଠାରୁ(୫୫), ରିଙ୍କି ମେହେର(୧୮), ନଳିନୀ ଦଣ୍ଡସେନା(୧୭), ପୁଷ୍ପାଞ୍ଜଳି ବଗର୍ତ୍ତି(୪୮), ଘାସିରାମ ମାଝୀ(୭୦), ଲକ୍ଷଣ କୁମାର(୬୦), ସସ୍ମିତା ମେହେର(୩୦), ସ୍ନେହଲତା ପ୍ରଧାନୀ(୫୦), ସଂଗୀତା ଲହଜଲ(୨୮), ଝୁରଲୀ ବିଶ୍ୱାଳ(୫୦) ସମେତ ୨୩ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତଙ୍କୁ ଜୁନାଗଡ଼ ଡ଼ାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ନଦୀରୁ ଯୋଗାଣ କରାଯାଉଥିବା ପାଣି ପିଇ ସମସ୍ତେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ରବିବାର ଏଡିଏମଓ ଡାକ୍ତର ଜ୍ୟୋତିସ୍କ ମହାପାତ୍ର, ଡାକ୍ତର ସୁଶୀଳ ରଥ ଓ ମୋବାଇଲ ହେଲଥ ଟିମ ବଲଧିଆମାଲରେ ପହଂଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ସହ ବିଭିନ୍ନ ସ୍ଥାନରେ ପାଣି ନମୁନା ସଂଗ୍ରହ କରିଥିଲେ। ଗ୍ରାମବାସୀ ପାଇପ ଯୋଗେ ଯୋଗାଣ ହେଉଥିବା ଦୂଷିତ ଜଳ ଯୋଗୁଁ ଝାଡ଼ାବାନ୍ତି ହେଉଥିବା ଅଭିଯୋଗ କରିଥିଲେ। ଏ ନେଇ ଆରଡବ୍ଲୁ ଏସଏସର ସହକାରୀ ଯନ୍ତ୍ରୀ ଗୁପ୍ତେଶ୍ଵର ନାଏକଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଅଭିଯୋଗ ହେବା ପରେ ପାଣିର ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ପାଣି ଯୋଗୁଁ ଝାଡାବାନ୍ତି ହୋଇ ନାହିଁ, ଅନ୍ୟ କୌଣସି କାରଣ ପାଇଁ ଏହା ହୋଇଥାଇପାରେ ବୋଲି କହିଥିଲେ।

ସମ୍ବନ୍ଧିତ ଖବର