ଭାରସାମ୍ୟ ହରାଇ ଗଛରେ ପଟି ହେଲା ବାଇକ, ୩ ଗୁରୁତର

କେସିଙ୍ଗା: କେସିଙ୍ଗା ଥାନା ଜାତୀୟ ରାଜପଥ ୨୬ କଳାହାଣ୍ଡି ଟ୍ରକ ୟୁନିୟନ ଅଫିସ୍‌ ନିକଟରେ ଏକ ବାଇକ ଗଛରେ ପିଟି ହେବା ଯୋଗୁଁ ୩ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ବିଶିକେଶନ ବଗର୍ତ୍ତି, ନିତେଶ ପୋଢ଼ ଓ ପୂର୍ଣ୍ଣ କରୁଆଁ ଏକ ବାଇକରେ ଘରକୁ ଫେରୁଥିଲେ। ଭାରସାମ୍ୟ ହରାଇ ଗଛରେ ପିଟି ହୋଇ କ୍ଷେତରେ ପଡ଼ିଥିଲେ। ପରେ କେସିଙ୍ଗା ପୁଲିସ ଖବର ପାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି କେସିଙ୍ଗା ହସପିଟାଲକୁ ଚିକିତ୍ସା ପାଇଁ ଆଣିଛି। ବିଶିକେଶନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଖବର ଲେଖା ହେଲା ବେଳକୁ ସେମାନଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର