କୋକସରା: କୋକସରା ଏୟାରଟେଲ ଟାଓ୍ଵାର ନିକଟରେ ଥିବା ଏକ ଡାଇଭର୍ସନ ରାସ୍ତାରେ ଗୁରବାର ସଂଧ୍ୟାରେ ବାଇକ ଦୁର୍ଘଟଣା ଘଟି ୩ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନେ ହେଲେ କୋକସରା ଥାନା ଟେମରା ପଞ୍ଚାୟତ କର୍ଲାଗୁଡା ଗାଁର ରୂପସିଂ ପଟେଲ(୪୨), ସ୍ତ୍ରୀ କୁମାରୀ ପଟେଲ ଓ ପୁଅ ପ୍ରମୋଦ ପଟେଲ (୧୧)। ସ୍ଥାନୀୟ ଲୋକ ଆମ୍ବୁଲାନ୍ସକୁ ଖବର କରି କୋକସରା ଡାକ୍ତରଖାନାକୁ ପଠାଇଥିଲେ। ସେମାନେ ଏକ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଗଞ୍ଜିଆଗୁଡ଼ାକୁ ଯାଉଥିଲେ। ବର୍ତ୍ତମାନ କୋକସରା ଜାତୀୟ ରାଜପଥର ପ୍ରସସ୍ତୀକରଣ କାର୍ଯ୍ୟ ଏଆର୍ଏସ୍ଏସ୍ ନାମକ ଠିକା ସଂସ୍ଥା ନିର୍ମାଣ କାଯ୍ୟର୍ କରୁଛି। କୋକସରା ଏୟାରଟେଲ ଟାଓ୍ଵାର ଠାରେ ଏକ ଡାଇଭରସନ ତିଆରି କରାଯାଇଛି। ରାସ୍ତା ଡାଇଭର୍ସନ ହେବା ପରେ ସେଠାରୁ କିଛି ଦୂର ମଧ୍ୟରେ ଡାଇଭର୍ସନ ସୂଚନା ରହିବା ଜରୁରି ଓ ନିୟମ। ହେଲେ ଠିକା ସଂସ୍ଥା ଡାଇଭର୍ସନର ପୂର୍ବରୁ କୌଣସି ରେଡିୟମ ଯୁକ୍ତ ସାଙ୍କେତିକ ଚିହ୍ନ ଦେଇନଥିବାରୁ ଏହି ଦୁର୍ଘଟଣା ହେଲା ବୋଲି କୋକସରାବାସୀ କହିଛନ୍ତି। ଏନେଇ ଠିକା ସଂସ୍ଥାର ଇନଚାର୍ଜ ନିହାର ଦାସକୁ ପଚାରିବାରୁ ସେ କଥାକୁ ଏଡ଼ାଇ ଯାଇଥିଲେ।
ଡାଇଭର୍ସନ ରାସ୍ତାରେ ବାଇକ ଦୁର୍ଘଟଣା, ୩ ଗୁରୁତର
/sambad/media/post_attachments/wp-content/uploads/2018/05/kld12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)