ଭବାନୀପାଟଣା: ବିଜେଡିର ବାଇକ ରାଲି

ଭବାନୀପାଟଣା: ଭବାନୀପାଟଣା ସହରରେ ରବିବାର ବିଜେଡିର ବାଇକ ରେଲି ଓ ପ୍ରଚାର ହୋଇଥିଲା। ଯୁବ ଓ ଛାତ୍ର ବି‌ଜେଡି ପକ୍ଷରୁ ବିଜେଡି ପ୍ରାର୍ଥୀ ଦୁଷ୍ମନ୍ତ ନାଏକଙ୍କ ପୁଅ ସୌରଭ ନାଏକଙ୍କ ନେତୃତ୍ବରେ ‌ହୋଇଥିବା ହୋଇଥିବା ଏହି ରେଲି ରେଳ ଷ୍ଟେସନ ଛକଠାରୁ ବାହାରି ନକଟିଗୁଡା ଛକ ଦେଇ ତାଙ୍କ ବାସଭବନରେ ପହଞ୍ଚିଥିଲା। ଏହି ନଗର ପରିକ୍ରମା ନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଥିଲା। ସେହିଭଳି ଦୁଷ୍ମନ୍ତ ତାଙ୍କ ସମର୍ଥକଙ୍କ ସହିତ ଭବାନୀପାଟଣା ସହରର ଗୋଦାମପଡା, ଛେଦାପଡା, ମଦନମୋହନପଡା, ନୂଆପଡା, ରାମନଗରପଡା ସମେତ ବିଭିନ୍ନ ଅଞ୍ଚଳରେ ଘରକୁ ଘର ଯାଇ ପ୍ରଚାର କରିଥିଲେ। ତାଙ୍କ ପତ୍ନୀ ଲଳିତା ନାଏକ ପ୍ରଚାରରେ ଯାଇ ନାସିଗାଁ, ଚାଞ୍ଚେର ଓ ଭବାନୀପାଟଣା ସହରରେ ତାଙ୍କ ସ୍ବାମୀଙ୍କ ସପକ୍ଷରେ ପ୍ରଚାର କରିଥିଲେ। ଟାଣ ଖରା ସତ୍ବେ କର୍ମୀମାନଙ୍କ ପ୍ରଚାର ନେଇ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର