ମହୁଲପାଲି ସେତୁରେ ଦୁର୍ଘଟଣାକୁ ନେଇ ଉତ୍ତେଜନା

ମହୁଲପାଲି ସେତୁରେ ଦୁର୍ଘଟଣାକୁ ନେଇ ଉତ୍ତେଜନା

କୁଚିଣ୍ଡା: ବୁଧବାର ସଂଧ୍ୟା ପ୍ରାୟ ୬ଟାରେ ମହୁଲପାଲି ଥାନା ମହୁଲପାଲି ସେତୁ ଉପରେ ଏକ ଟ୍ରାକ୍ଟର ଓ ବାଇକ ଦୁର୍ଘଟଣା ହେବା ଫଳରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତ ହେଉଛନ୍ତି ମହୁଲପାଲି ଗ୍ରାମର ପୂର୍ବ ସରପଞ୍ଚ ଟିକେଶ୍ୱର ସିଂ ମହାପାତ୍ରଙ୍କ ସାନପୁଅ ରାଜେଶ। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ଅଛି। ରାତି ୮ଟା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିଥିଲା। ଛତିପୋଷ ଅଞ୍ଚଳରୁ ଟ୍ରାକ୍ଟର (ଓଆର ୧୭ବି ୨୪୪୮) ଇଟା ନେଇ ଆସୁଥିବା ସମୟରେ ଏକ ବାଇକ୍‌ (ଓଆର ୨୩ଏ ୨୬୧୪)ରେ ରାଜେଶ ସିଂ ମହାପାତ୍ର ଯାଉଥିଲେ। ଉଭୟ ଗାଡ଼ି ଦ୍ରୁତ ଗତିରେ ଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି।

ଦୁର୍ଘଟଣା ପରେ ରାସ୍ତାରେ ଯାତାୟାତ କିଛି ସମୟ ପାଇଁ ବନ୍ଦ ରହିଥିବା ବେଳେ ବାଇକ୍‌ଟି ଭାଙ୍ଗି ଯାଇଛି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ହେଲେ, ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ଏବଂ ଏନେଇ ରାସ୍ତାରୋକ ରାତି ୮ଟା ଯାଏ ଏହା ଜାରି ରହିଥିଲା। ଲୋକମାନେ ଅଭେିଯାଗ କରିଥିଲେ ଯେ ଟ୍ରାକ୍ଟରରେ ଚୋରା ବାଲି ଚାଲାଣ ସହ ବେଆଇନ ଭାବେ ମାଟି ବ୍ୟବହାର କରାଯାଇ ଇଟା ଚାଲାଣ ହେଉଥିିଲା। ପୁଲିସ୍‌ ଘଟଣାସ୍ଥଳରେ ସେମାନଙ୍କୁ ବୁଝାସୁଝା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର