ଶ୍ୱଶୁର ଘରେ ବିଷ ପିଇ ଜ୍ୱାଇଁର ଆତ୍ମହତ୍ୟା ଅଭିଯୋଗ

ଥୁଆମୂଳ ରାମପୁର: ଥୁଆମୂଳ ରାମପୁର ଥାନା କୁମୁଡ଼ାସିଲ ଗ୍ରାମରେ ଶ୍ୱଶୁର ଘରେ ଜ୍ୱାଇଁ ବିଷଖାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଥୁଆମୂଳ ରାମପୁର ଥାନା କମଲାଗୁଡ଼ା ଗାଁର ସୀତାରାମ ମାଝୀ ସ୍ତ୍ରୀ ବାସନ୍ତ ମାଝୀ ସହିତ ଗତ ୨୦ ତାରିଖ ଦିନ ତାଙ୍କ ଶ୍ୱଶୁରଘର କମୁଡ଼ାସିଲ ଗାଁକୁ ଯାଇଥିଲେ। ସେଠାରେ କୌଣସି କାରଣବଶତଃ ସୀତାରାମ ବିଷ ପିଇ ଦେଇଥିଲେ। ଶ୍ୱଶୁର ଘର ପକ୍ଷରୁ ସୀତାରାମକୁ ଥୁଆମୁଳ ରାମପୁର ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସୀତାରମାଙ୍କ ମୃତ୍ୟୁ ହୋଇଛି। ଏନେଇ ଥୁଆମୂଳ ରାମପୁର ଥାନା ପକ୍ଷରୁ ଖବର ପାଇ ଶବକୁ ଜବତ କରିବା ସହିତ ବ୍ୟବଛେଦ କରି ପରିବାବର୍ଗଙ୍କୁ ହସ୍ତାନ୍ତର କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର