ପୁଅକୁ ହତ୍ୟା ଅଭିଯୋଗ ନେଇ ଏସପିଙ୍କୁ ଫେରାଦ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଯୁଗସାଇାଟଣା ମାରଣାବାହିଲି ଗାଁରେ ଗତ ୭ ତାରିଖ ରାତିରେ ନବୀନା ପାତ୍ରଙ୍କ ପୁଅ ଯୁଗେ ପାତ୍ର ଶୋଇଥିବା ବେଳେ ମୃତ୍ୟୁ ହୋଇଥିଲା। ତେବେ ପୁଅକୁ ହତ୍ୟା କରାଯାଇଥିବା ଶ୍ରୀ ପାତ୍ର ଭବାନୀପାଟଣା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ପକ୍ଷରୁ ହତ୍ୟା ଅଭିଯୋଗକୁ ଅପମୃତ୍ୟୁ ମାମଲା ରୁଜୁ କରି ଆସାମୀକୁ ଗିରଫ ନକରିବା ନେଇ ରବିବାର ଶ୍ରୀ ପାତ୍ର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ପ୍ରାପ୍ତସୂଚନାରୁ ଅନୁଯାୟୀ, ମାରଣାବାହିଲି ଗ୍ରାମରେ ଗତ ୭ ତରିଖ ରାତିରେ ବିଶ୍ୱ ପୂଜାରୀଙ୍କ ଇଟାଭାଟିରେ ନିଆଁ ଲଗା ଯାଇଥିଲା। ଇଟାଭାଟିରେ ନିଆାଁ ଲଗାଇବା ସମୟରେ ଗୁଣ ପୂଜାରୀ, ଅଖିଳ ପୂଜାରୀ, ଭାଗ୍ୟବାନ ପୂଜାରୀ, ତ୍ରିପାଠୀ ମାଝୀ, ବିଶ୍ୱନାଥ ମାଝୀ ଓ ଯୁଗେ ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଭାଟିରେ ନିଅାଁ ଲଗାଇବା  ପରେ ସମସ୍ତେ ଖାଇବାକୁ ଯାଇଥିଲେ। ତେବେ ଅନ୍ୟମାନେ ଜାଣିବା ପୂର୍ବରୁ ବିଶ୍ୱନାଥ ଓ ଯୁଗେ ପାତ୍ର ଇଟାଭାଟି ଉପରକୁ ଯାଇ ଶୋଇଥିଲେ। ଏହି ଦୁଇଜଣଙ୍କୁ ଖୋଜାଖୋଜି କରିବାରୁ ମିଳିନଥିଲେ। ତେବେ ଭାଟିରୁ ଇଟା ଖସିବାରୁ ସମସ୍ତେ ଉପରକୁ ଯାଇ ଦେଖିଲା ବେଳକୁ ବିଶ୍ୱନାଥ ଶୋଇଥିବା ବେଳେ ଯୁଗେର ମୃତ୍ୟୁ ଘଟିଛି। ଏନେଇ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ପରିବାର ଲୋକେ ଯୁଗେକୁ ବିଶ୍ୱନାଥ ମଦ ପିଆଇ ପରେ ତଣ୍ଟିଚିପି ହତ୍ୟା କରିଥିବା ଶ୍ରୀ ପାତ୍ର ଭବାନୀପାଟଣା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଅଭିଯୋଗର ୫ ଦିନ ପରେ ମଧ୍ୟ ପୁଲିସ ତଦନ୍ତ କରୁନଥିବା ଅଭିଯୋଗ ହେଉଛି। ଏପରିକି ସଂପୃକ୍ତ ବ୍ୟକ୍ତିଙ୍କୁ ମଧ୍ୟ ପୁଲିସ ପଚରାଉଚରା କରୁନାହିଁ। ନିରାଶ ହୋଇ ରବିବାର ନବୀନା ପାତ୍ର ଏସପିଙ୍କ ପାଖରେ ଫେରାଦ ହେବା ପାଇଁ ଆସିଥିଲେ। ଏସପିଙ୍କୁ ଅନୁପସ୍ଥିତ ହେତୁ ଅତିରିକ୍ତ ଏସପିଙ୍କୁ ଲିଖିତ ଭାବେ ଅନୁରୋଧ କରିଥିଲେ। ତୁରନ୍ତ ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର