କୋମନା: ବେଆଇନ କଫ୍ ସିରପ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ କୋମନା ପୁଲିସ ଦୁଇ ଜଣଙ୍କ ନାମରେ ମାମଲା ରୁଜୁ କରିଛି। ସେମାନଙ୍କ ମଧ୍ୟରୁ ବସନ୍ତ ସରାଫ ନାମକ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଜଣକ ଫେରାର ହୋଇଯାଇଛି। ଏହି ଚଢ଼ଉରେ ୧୩୭ ବୋତଲ କଫ୍ ସିରପ ଜବତ କରାଯାଇଥିବା ପୁଲିସ କହିଛି।