୧୭ ହଜାର ଜାଲ୍‌ ନୋଟ ଜବତ, ୨ ଗିରଫ

ଧର୍ମଗଡ଼ : ଧର୍ମଗଡ଼ ଅଞ୍ଚଳରେ ଜାଲ ନୋଟ କାରବାରର ପର୍ଦ୍ଦାଫାସ କରିଛି ଧର୍ମଗଡ଼ ପୁଲିସ। ପୁଲିସ ୫ ଶହ ଟଙ୍କିଆ ନୋଟ ୩୪ ଖଣ୍ଡ ଜବତ କରିବା ସହ ଏଥିରେ ସମେତ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି।

ସୂଚନା ଅନୁଯାୟୀ, ଧର୍ମଗଡ଼ ଥାନା ଅନ୍ତର୍ଗତ କୁଟୁରୁ ଗାଁର ରାଜେନ୍ଦ୍ର ଭୋଇ ଗତ ୧୨ ତାରିଖରେ ଟିପିଗୁଡ଼ା ଗାଁର ଧନିରାମ ନାଏକଙ୍କଠାରୁ ଛେଳି କିଣିଥିଲେ। ଏହା ବାବଦକୁ ରାଜେନ୍ଦ୍ର ଧନିରାମଙ୍କୁ ୧୭ ହଜାର ଟଙ୍କା (୩୪ଟି ୫ଶହ ଟଙ୍କିଆ ନୋଟ୍‌) ଦେଇଥିଲେ। ଏହା ଜାଲ ନୋଟ୍‌ ବୋଲି ଜାଣିବା ପରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ରାଜେନ୍ଦ୍ରଙ୍କୁ ଅଟକ ରଖି ପଚରା ଉଚରା କରିବାରୁ ସେ ଏହି ଜାଲ୍‌ ନୋଟ୍‌ ଗଡ଼ିଆଯୋର ଗାଁର କୁଳମଣି ନାଏକଙ୍କଠାରୁ ଆଣିଥିବା କହିଥିଲେ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି କୁଳମଣି ଓ ରାଜେନ୍ଦ୍ରଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଥିବା

ସମ୍ବନ୍ଧିତ ଖବର