ଗଞ୍ଜେଇ ଜବତ ମହିଳା ଗିରଫ

ଧର୍ମଗଡ଼: ଧର୍ମଗଡ଼ ଅବକାରୀ ବିଭାଗ ପକ୍ଷରୁ କୁଟୁରୁ ଗାଁରେ ଚଢ଼ଉ କରାଯାଇ ବ୍ୟାପକ ଗଞ୍ଜେଇ ଜବତ କରିବା ସହ ଏଥିରେ ସଂପୃକ୍ତ ଜଣେ ମହିଳାଙ୍କୁ ଗିରଫ କରାଯାଇଛି। କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ପକ୍ଷରୁ କୁଟୁରୁ ଗାଁର ଅଏଲା ରଣାଙ୍କ ଘରେ ଚଢ଼ଉ କରାଯାଇଥିଲା। ତାଙ୍କ ଘରୁ ୧୦ କେଜି ୫ଶହ ଗ୍ରାମ ଗଞ୍ଜେଇ ମିଳିଥିଲା। ଅବକାରୀ ଇନ୍‌ସପେକ୍ଟର ଜଗଦୀଶ ପ୍ରସାଦ ନାଥଙ୍କ ନେତୃତ୍ୱରେ ହୋଇଥିବା ଚଢ଼ଉରେ ଏସ୍‌ଆଇ ଏନ୍‌. ବେହେରା, ଏଏସ୍‌ଆଇ ସଂଚଳା ପାଢୀ ଓ ବିଭାଗୀୟ କର୍ମଚାରୀ ମାନେ ସାମିଲ ଥିଲେ।

ସମ୍ବନ୍ଧିତ ଖବର