ହାବସପୁର ମଣ୍ଡିରେ ବର୍ଷାରେ ଧାନ ଭିଜି ଗଜା:ପେକ୍ସରେ ତାଲା ପକାଇଲେ ଚାଷୀ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକର ହାବସପୁର ମଣ୍ଡିରେ ଧାନ ବର୍ଷାରେ ଭିଜି ଗଜା ହେବା ନେଇ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ହାବସପୁର ମଣ୍ଡିରେ ହାବସପୁର, ଅମ୍ବାଦୁଲା, ଅନ୍ତର୍ଲା ଓ କରଚଲା ଚାଷୀଙ୍କ ପାଇଁ ଧାନ ବିକିବାର ବ୍ୟବସ୍ଥା ରହିଛି। ଗତ କିଛି ଦିନ ଧରି ଚାଷୀମାନେ ମଣ୍ଡିରେ ଧାନ ବିକ୍ରି ପାଇଁ ଦିନରାତି ଅପେକ୍ଷା କରିଥିଲେ ମଧ୍ୟ ମିଲର୍ସଙ୍କ ଟାଳଟୁଳ ନୀତି ଯୋଗୁଁ ଧାନ ଉଠାଣରେ ବିଳମ୍ବ ହେଉଛି। ଅନ୍ୟପଟେ କାଳବୈଶାଖୀ ବର୍ଷା ଯୋଗୁଁ ଚାଷୀଙ୍କ ଧାନ ଭିଜି ଗଜା ହେବାରେ ଲାଗିଛି। ଆଜି ଉତ୍ୟକ୍ତ ଚାଷୀମାନେ ପେକ୍ସ ଗେଟରେ ତାଲା ପକାଇ ଦେଇଥିଲେ। ପରେ ଯୋଗାଣ ବିଭାଗ ଅଧିକାରୀମାନେ ଆସି ବୁଝାସୁଝା ପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିଲେ।

ସମ୍ବନ୍ଧିତ ଖବର