ଅସହାୟ ବୃଦ୍ଧା ଉଦ୍ଧାର

ଭବାନାପାଟଣା: ସୋସିଆଲ ମିଡିଆରେ ଜଣେ ଅସହାୟ ବୃଦ୍ଧା ଭବାନୀପାଟଣା ସହରସ୍ଥିତ ସିଡିଏମଓଙ୍କ ସମ୍ମିଳନୀ କକ୍ଷ ସମ୍ମୁଖ ମାର୍କେଟ କମ୍ପ୍ଲେକ୍ସରେ ଗତ କିଛିଦିନ ଧରି ପଡି ରହିବା ଘଟଣା ମଙ୍ଗଳବାର ଭାଇରାଲ ହୋଇଥିଲା। ବୁଧବାର ପୁଲିସ ସହାୟତାରେ ଉକ୍ତ ବୃଦ୍ଧାଙ୍କୁ ଉଦ୍ଧାର କରାଯାଇ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଗତକାଲି ସୁନନ୍ଦା ମହାପାତ୍ର ଏହି ଘଟଣା ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଆଜି ପୁଲିସ ଏସପିଙ୍କ ନିର୍ଦ୍ଦେଶ କ୍ରମେ ପୁଲିସ ଡିଏସପି ଗୁଣନିଧି ମଲ୍ଲିକ, ଇନ୍ସପେକ୍ଟର ପୁଷ୍ପାଞ୍ଜଳି, ସବଇନ୍ସପେକ୍ଟର ଟୁନା ସେଠୀ, ସୁନନ୍ଦା ମହାପାତ୍ର ତଥା ସ୍ବେଚ୍ଛାସେବୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ତାଙ୍କୁ ଭବାନୀପାଟଣା ସଦର ମୁଖ୍ୟ ଡାକ୍ତରଖାନରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ପରେ ବୃଦ୍ଧାଙ୍କ ବୋହୂ ଓ ଝିଅ ପହଞ୍ଚିବା ପରେ ସେମାନଙ୍କୁ ତାଗିଦ କରି ଦାୟିତ୍ବ ଦିଆଯାଇଥିଲା। ସୁସ୍ଥ ହେବା ପରେ ତାଙ୍କୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ବୃଦ୍ଧାଙ୍କ ନାମ ନତର ଗଉଡ ହୋଇଥିବା ବେଳେ ସେ ଜୁନାଗଡ ସହରର ବାସିନ୍ଦା ଅଟନ୍ତି।

ସମ୍ବନ୍ଧିତ ଖବର