ଝିଅ ଜନ୍ମ କରିବାରୁ ପତ୍ନୀକୁ ତଡ଼ି ଦେଲେ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ସର୍ଗିଗୁଡା ଗାଁର ଭାଗୀରଥି ସାହୁ ୧୦ ବର୍ଷ ତଳେ ଧର୍ମଗଡ ଥାନା ତାରାପୁର ଗ୍ରାମର ଦିଲେଶ୍ୱରୀ ସାହୁଙ୍କୁ ବିବାହ କରିଥିଲେ। ପରେ ବିିଭିନ୍ନ କାରଣ ଦର୍ଶାଇ ଭାଗୀରଥି ଦିଲେଶ୍ୱରୀଙ୍କୁ ନିର୍ଯାତନା ଦେଇ ଆସୁଥିଲେ। ବର୍ତ୍ତମାନ ତାଙ୍କର ଗୋଟିଏ ୮ବର୍ଷର ପୁଅ ଥିବାବେଳେ ଗତ ୧୫ ଦିନ ତଳେ ଏକ ଝିଅ ଜନ୍ମ ହୋଇଛି। ଝିଅ ଜନ୍ମ ହେବା ପରେ ଭାଗୀରଥି ରାଗ ବଢି ଯାଇଥିଲା ଓ ପତ୍ନୀଙ୍କୁ ଘରୁ ତଡ଼ି ଦେଇଥିଲେ। ଫଳରେ ଦିଲେଶ୍ୱରୀ ତାଙ୍କର ଭବାନୀପାଟଣା ସ୍ଥିତ ଦେଢଶଶ୍ୱର ଘରେ ଆଶ୍ରୟ ନେଇଥିଲେ। ଦିଲେଶ୍ୱରୀଙ୍କୁ ଯିଏ ରଖିବ ତାର ଅବସ୍ଥା ଭଲ ହେବନାହିଁ ବୋଲି ଭାଗୀରଥି ଚେତାବନୀ ଦେବାରୁ ଦେଢଶଶ୍ୱର ପରିବାରର ଲୋକ ଭୟରେ ଥିଲେ।

ଏହି ଘଟଣା ସଂପର୍କରେ ଖବର ପାଇ ବୁଧବାର ବିଜୁ ମହିଳା ଜନତା ଦଳର ଜିଲ୍ଲା ସଭାନେତ୍ରୀ କଲ୍ୟାଣୀ ନାଏକ, ଜୁନାଗଡ ବ୍ଲକ ସଭାନେତ୍ରୀ ମନିଷା ସାହୁ,ଏନଏସି ଅଧ୍ୟକ୍ଷା ବିଜୟା ଲକ୍ଷ୍ମୀ କନ୍ଦପାନ ପ୍ରମୁଖ ଦିଲେଶ୍ୱରୀଙ୍କ ପାଖରେ ପହଞ୍ଚିଥିଲେ। ସେମାନେ ଦିଲୀଶ୍ୱରୀଙ୍କୁ ଧରି ଭବାନୀପାଟଣାସ୍ଥିତ ଜିଲ୍ଲା ମଙ୍ଗଳ ଅଧିକାରୀ ଜ୍ୟୋତ୍ସ୍ନା ମହାପାତ୍ର ଓ ଜିଲ୍ଲା ସୁରକ୍ଷା ଅଧିକାରୀ ସବିତା ଦୋରା ପାଖରେ ପହଞ୍ଚି ଘଟଣା ସଂପର୍କରେ କହିଥିଲେ। ଅପରାହ୍ନରେ ଦିଲୀଶ୍ୱରୀଙ୍କୁ ଧମର୍ଗଡସ୍ଥିତ ସ୍ୱଧାର ଗୃହରେ ଛଡା ଯାଇଥିଲା।

ସମ୍ବନ୍ଧିତ ଖବର