କଳାହାଣ୍ଡି ଜିଲ୍ଲାରେ ଇନପୁଟ ସବସିଡି: ପଡ଼ିରହିଛି ଚାଷୀଙ୍କ ୧.୬୭ କୋଟିରୁ ଅଧିକ ଟଙ୍କା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାକୁ ରାଜ୍ୟ ସରକାର ୨୦୧୭ ମସିହା ମରୁଡି ଜନିତ ଇନ୍‌ପୁଟ ସବସିଡି ବାବଦକୁ ୨କୋଟି ୯୧ଲକ୍ଷ ୧୭ ହଜାର ୬୦୦ ଟଙ୍କା ଚାଷୀଙ୍କୁ ପ୍ରଦାନ କରିବା ନିମନ୍ତେ ଦେଇଛନ୍ତି। ସେହିଭଳି ରୋଗପୋକ ଜନିତ ଇନପୁଟ ସବସିଡି କ୍ଷତି ପୁରଣ ବାବଦରେ ରାଜ୍ୟ ସରକାର ୯କୋଟି ୫୮ଲକ୍ଷ ୬୮ ହଜାର ୯୬୯ ଟଙ୍କା ଜିଲ୍ଲାକୁ ପ୍ରଦାନ କରିଛନ୍ତି। ସମୁଦାୟ ୧୨କୋଟି ୪୯ଲକ୍ଷ ୮୬ ହଜାର ୫୬୯ ଟଙ୍କା ଜିଲ୍ଲାକୁ ମିଳିଛି। କିନ୍ତୁ ଏଯାବତ ୧କୋଟି ୬୭ଲକ୍ଷ ୩ହଜାର ୭୮୮ ଟଙ୍କା ବଣ୍ଟନ ନହୋଇ ପଡ଼ିରହିଥିବା ନେଇ ଚାଷୀ ମହଲରେ ଉଦବେଗ ପ୍ରକାଶ ପାଇଛି।
କଳାହାଣ୍ଡି ଜିଲ୍ଲାର ୫ଟି ବ୍ଲକରେ ମରୁଡ଼ି ଜନିତ ଇନପୁଟ ସବସିଡି କ୍ଷତିପୂରଣ ବାବଦରେ ଭବାନୀପାଟଣା ସଦର ବ୍ଲକର ୮୩୯ ଜଣଚାଷୀଙ୍କ ପାଇଁ ୩୬ଲକ୍ଷ ୮୫ ହଜାର ୬୦୦ ଟଙ୍କା, କେସିଙ୍ଗା ବ୍ଲକର ୧୭୨୭ ଜଣ ଚାଷୀଙ୍କ ପାଇଁ ୪୯ ଲକ୍ଷ ୪୩ ହଜାର ୬୦୦ଟଙ୍କା, କର୍ଲାମୁଣ୍ଡା ବ୍ଲକର ୧୪୨୨ ଜଣ ଚାଷୀଙ୍କ ପାଇଁ ୫୪ଲକ୍ଷ ୨୬ ହଜାର ୬୦୦ ଟଙ୍କା, ଗୋଲାମୁଣ୍ଡା ବ୍ଲକର୨୫୮୦ ଜଣ ଚାଷୀଙ୍କ ପାଇଁ ୯୭ଲକ୍ଷ ୨୪ ହଜାର, ମଦନପୁର ରାମପୁର ବ୍ଲକର ୧୭୫୪ ଜଣ ଚାଷୀଙ୍କ ପାଇଁ ୫୩ ଲକ୍ଷ ୩୮ ହଜାର ଟଙ୍କା ସମେତ ଜିଲ୍ଲାର ୫ଟି ବ୍ଲକର ୮୩୨୨ ଜଣ ଚାଷୀଙ୍କ ପାଇଁ ୨କୋଟି ୯୧ ଲକ୍ଷ ୧୭ ହଜାର ୬୦୦ ଟଙ୍କା ସରକାର ପ୍ରଦାନ କରିଛନ୍ତି। ସେଥି ମଧ୍ୟରୁ ୨କୋଟି ୬୨ଲକ୍ଷ ୯୬ ହଜାର ୮୩୯ ଟଙ୍କା ୫ଟି ତହସିଲଦାରଙ୍କୁ ପ୍ରଦାନ କରାଯାଇଥିବା ବେଳେ ୨୮ଲକ୍ଷ ୨୦ ହଜାର ୭୬୧ଟଙ୍କା ବଳକା ଥିବା ଜଣାପଡ଼ିଛି।

ସେହିଭଳି ଚାଷୀଙ୍କ ରୋଗପୋକ ଜନିତ ଇନପୁଟ୍‌ ସବସିଡି ବାବଦରେ କଲମପୁର ବ୍ଲକର ୧୫୪୬ଜଣ ଚାଷୀଙ୍କ ପାଇଁ ୬୯ ଲକ୍ଷ ୯୭ ହଜାର ୯୬୧ ଟଙ୍କା, ନର୍ଲା ବ୍ଲକର ୧୬୮୦ଜଣ ଚାଷୀଙ୍କ ପାଇଁ ୩୪ଲକ୍ଷ ୯୧ ହଜାର ୩୮୪ ଟଙ୍କା, ଗୋଲାମୁଣ୍ଡା ବ୍ଲକର ୯୦୦୭ଜଣ ଚାଷୀଙ୍କ ପାଇଁ ୮୮ଲକ୍ଷ ୭୩ ହଜାର ୩୦୦ ଟଙ୍କା, କର୍ଲାମୁଣ୍ଡା ବ୍ଲକର ୪୫୦୫ଜଣ ଚାଷୀଙ୍କ ପାଇଁ ୧କୋଟି ୩୮ଲକ୍ଷ ୧୨ ହଜାର ୧୦୦ ଟଙ୍କା, ଜୟପାଟଣା ବ୍ଲକର ୯୭୫ ଜଣ ଚାଷୀଙ୍କ ପାଇଁ ୩୨ଲକ୍ଷ ୭୦ ହଜାର ୬୦୦ ଟଙ୍କା, କେସିଙ୍ଗା ବ୍ଲକର ୪୦୫୧ଜଣ ଚାଷୀଙ୍କ ପାଇଁ ୮୪ଲକ୍ଷ ୭୭ ହଜାର ୯୦୦ ଟଙ୍କା, କୋକସରା ବ୍ଲକର ୧୨୭୭ ଜଣ ଚାଷୀଙ୍କ ପାଇଁ ୩୨ଲକ୍ଷ ୨୮ ହଜାର ୫୦୦ ଟଙ୍କା, ଲାିଗଡବ୍ଲକର ୫୨୩ ଜଣ ଚାଷୀଙ୍କ ପାଇଁ ୧୧ଲକ୍ଷ ୭୮ ହଜାର ୮୮୮ ଟଙ୍କା, ଜୁନାଗଡବ୍ଲକର ୬୦୬୩ ଜଣ ଚାଷୀଙ୍କ ପାଇଁ ୨କୋଟି ୨୬ଲକ୍ଷ ୧୪ ହଜାର ୪୦୦ଟଙ୍କା, ଧର୍ମଗଡ ବ୍ଲକର ୪୬୬୦ଜଣ ଚାଷୀଙ୍କ ପାଇଁ ୧କୋଟି ୧୩ଲକ୍ଷ ୫୮ହଜାର ୪୦୦ ଟଙ୍କା, ଭବାନୀପାଟଣା ସଦରବ୍ଲକର ୨୪୦୭ଜଣ ଚାଷୀଙ୍କ ପାଇଁ ୭୩ଲକ୍ଷ ୧୨ ହଜାର ୭୨୦, ମଦନପୁର ରାମପୁର ବ୍ଲକର ୨୩୨୮ଜଣ ଚାଷୀଙ୍କ ପାଇଁ ୫୨ଲକ୍ଷ ୫୨ ହଜାର ୮୧୬ ଟଙ୍କା ସମତେ ଜିଲ୍ଲାର ୧୨ଟି ବ୍ଲକରେ ୩୯୦୨୨ ଜଣ ଚାଷୀଙ୍କ ପାଇଁ ୯କୋଟି ୫୮ଲକ୍ଷ ୬୮ହଜାର୯୬୯ ଟଙ୍କା ତହସିଲଦାର ମାନଙ୍କୁ ପ୍ରଦାନ କରାଯାଇଛି।

ସେହିଭଳି ୭୮ଲକ୍ଷ ୫୩ ହଜାର ୨୭ଟଙ୍କା ଏପର୍ଯ୍ୟନ୍ତ ବଣ୍ଟାଯାଇ ନଥିବା ଜଣାପଡ଼ିଛି। ସେହିଭଳି ଜିଲ୍ଲାର ୧୩ଟି ତହସିଲ ମଧ୍ୟରୁ କେବଳ ଭବାନୀପାଟଣା, ଲାଞ୍ଜିଗଡ଼ ଓ ମଦନପୁର ରାମପୁର ତହସିଲରେ ତହସିଲଦାର ଥିବା ବେଳେ ଅନ୍ୟ ୧୦ଟି ତହସିଲ ବିନା ତହସିଲଦାରରେ ଚାଲିଛି। ଅତିରିକ୍ତ ତହସିଲଦାର ଭରସାରେ ରାଜସ୍ୱ କାର୍ଯ୍ୟ ଚାଲିଛି। ଜିଲ୍ଲାର ବହୁ ରାଜସ୍ୱ ନିରିକ୍ଷକ ପଦବୀ ଖାଲିଥିବା ବେଳେ ନବ ନିଯୁକ୍ତ ଅଭିଜ୍ଞତା ନଥିବା ଅତିରିକ୍ତ ରାଜସ୍ୱ ନିରୀକ୍ଷକଙ୍କ ଭରସାରେ ରାଜସ୍ୱ କାର୍ଯ୍ୟ ଚାଲିଛି। ବିଭିନ୍ନ ତହସିଲରେ ଜିଲ୍ଲା ପକ୍ଷରୁ ପ୍ରଦାନ କରାଯାଇଥିବା ଇନପୁଟ ସବସିଡି ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବରେ ବଣ୍ଟାଯାଇ ପାରି ନାହିଁ। ଏନେଇ ଚାଷୀ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର