କାକାର ଟାଙ୍ଗିଆ ଚୋଟରେ ପୁତୁରା ମୃତ ଘଟଣା

ଅଭିଯୁକ୍ତ କାନ୍ଦୁ ମାଝୀ କୋର୍ଟ ଚାଲାଣ

ଭବାନୀପାଟଣା: କାକା କାନ୍ଦୁ ମାଝୀଙ୍କ ଟାଙ୍ଗିଆ ଚୋଟରେ ପୁତୁରା ସାନ୍ଦା ମାଝୀଙ୍କ ମୃତ୍ୟୁ ଘଟଣାର ଅଭିଯୁକ୍ତ କାନ୍ଦୁଙ୍କୁ କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ପୁଲିସ ଗିରଫ କରି ଶୁକ୍ରବାର କୋର୍ଟର୍ ଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଗତ ବୁଧବାର ପୋଖରୀବନ୍ଧ ଗାଁର କାନ୍ଦୁ କ୍ରସରକୁ ଆସି ମ୍ୟାନେଜର ଅର୍ଜୁନ ପାତ୍ରଙ୍କ ସହିତ ଟଙ୍କା ପାଇଁ ଗଣ୍ଡଗୋଳ କରିଥିଲେ। କାନ୍ଦୁ ଧରିଥିବା ଟାଙ୍ଗିଆକୁ ଦେଖି ମ୍ୟାନେଜର ଅର୍ଜୁନ ଭୟରେ ଲୁଚି ପଳାଇ ଯାଇ କାନ୍ଦୁଙ୍କ ପୁତୁରା ସାନ୍ଦାଙ୍କୁ ଡାକିଥିଲେ। ସାନ୍ଦା ଆସିବା ପରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ କାନ୍ଦୁ ଧରିଥିବା ଟାଙ୍ଗିଆରେ ସାନ୍ଦାଙ୍କୁ ଚୋଟ ପକାଇଥିଲେ। ଫଳରେ ଘଟଣାସ୍ଥଳରେ ସାନ୍ଦାଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ପୁଲିସ ଘଟଣାସ୍ଥଳକୁ ଯାଇ ମାରଣାସ୍ତ୍ର ଜବତ କରିବା ସହ କାନ୍ଦୁଙ୍କୁ ଗିରଫ କରିଥିଲା। ଶୁକ୍ରବାର ଅଭିଯୁକ୍ତ କାନ୍ଦୁଙ୍କୁ ଥାନା କେସ୍‌ ନଂ ୬୦/୧୭ରେ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର