ଲାଞ୍ଜିଗଡ: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମର ଲକ୍ଷେଶ୍ୱର ସାହୁଙ୍କ ଭିନ୍ନକ୍ଷମ ତଥା ବିଧବା ଝିଅକୁ କେହି ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ତେବେ ସଂପୃକ୍ତ ମହିଳାଙ୍କୁ ଭୁବନେଶ୍ୱର ମୂକ, ବଧିର ସ୍କୁଲରୁ ଠାବ କରାଯାଇଛି।
ପ୍ରକାଶ ଯେ, ଲକ୍ଷେଶ୍ୱର ସାହୁ ତାଙ୍କ ଭିନ୍ନକ୍ଷମ ଝିଅ ଆମ୍ବିକା ସାହୁଙ୍କୁ ଗଞ୍ଜାମ ଜିଲ୍ଲାର ବୁଗୁଡା ଗ୍ରାମର ବଳରାମ ସାହୁଙ୍କୁ ବିବାହ ଦେଇଥିଲେ। ଅମ୍ବିକାଙ୍କ ପୁଅଟିଏ ଜନ୍ମ ହେବାର କିଛି ଦିନ ପରେ ସ୍ୱାମୀ ବଳରାମଙ୍କ ମୃତ୍ୟୁ ହୋଇଥିଲା । ସ୍ୱାମୀର ମୃତ୍ୟୁ ପରେ ଅମ୍ବିକା ଓ ତାର ପୁଅ ବିଶ୍ୱନାଥପୁର ଆସି ବାପା ପାଖରେ ରହୁଥିଲେ। ଅମ୍ବିକା ମୂକ ଥିବାରୁ କେସିଙ୍ଗାର ଧୀରଜ ଗୋଏଲ, ଭୁବନେଶ୍ୱରର ଅଶୋକ ପଟେଲ ଓ ଚାର ବାଗ ଏହି ତିନି ମୂକ ଭିନ୍ନକ୍ଷମ ସାଙ୍ଗ ଅମ୍ବିକା ସହିତ ଚିହ୍ନା ପରିଚୟ ଥିଲେ ଓ ତାଙ୍କ ଘରକୁ ଯିବା ଆସିବା କରୁଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ୩ ଜଣ ଅମ୍ବିକାକୁ ଚାକିରି କରାଇ ଦେବା ପାଇଁ ମୋବାଇଲ ଜରିଆରେ ମ୍ୟାସେଜ ମଧ୍ୟ କରୁଥିବା ଅଭିଯୋଗ ହୋଇଛି । ଗତ ୧୭ ତାରିଖରେ ୩ ଜଣ ସାଙ୍ଗ ଅମ୍ବିକାକୁ କେଉଁଆଡେ ନେଇ ଯାଇଥିବା ଶ୍ରୀ ସାହୁ ବିଶ୍ୱନାଥପୁର ଥାନାରେ ଅଭିଯୋଗ କରିଥିଲେ। ଏନେଇ ବିଶ୍ୱନାଥପୁର ଥାନା ଅଧିକାରୀଙ୍କୁ କାହ୍ନଚରଣ ସ୍ୱାଇଁଙ୍କୁ ପଚାରିବାରୁ ଗତ ୧୮ ତାରିଖ ଦିନ ଅମ୍ବିକାର ମୋବାଇଲ ଟ୍ରାକିଂ କରାଯାଇଥିଲା। ଟ୍ରାକିଂ ସମୟରେ ସେ ସମଳେଶ୍ୱରୀ ଏକ୍ସପ୍ରେସରେ ଯାଉଥିବା ଓ କଲିକତାରେ ପହଞ୍ଚି ଥିବା ଜଣାପଡ଼ିଥିଲା। ମଙ୍ଗଳବାର ଅମ୍ବିକା ଭୁବନେଶ୍ୱରର ପଲାସବୋର ଠାରେ ଥିବା ଏକ ମୂକ ବଧିର ସ୍କୁଲରେ ଠାବ କରାଯାଇଥିବା ବିଶ୍ୱନାଥପୁର ପୁଲିସ ସୂଚନା ଦେଇଛି।