ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ, ଏକ ମାତ୍ର ରୋଜଗାରିଆ ପୁଅକୁ ହରାଇ ଦୁଃଖରେ ମ୍ରିୟମାଣ ବୃଦ୍ଧ ବାପା ମା’

ଭବାନୀପାଟଣା, ୨୫/୫,(ଇମିସ): ଆଖୁରେ ସ୍ୱପ୍ନ ଥିଲା ଅନେକ । ପୁଅ ବଡ଼ ହୋଇ ଚାକିରୀ କରିବ । ଗରିବୀ ହଟିବ । ତାକୁ ବାହା କରାଇ ଦେବୁ ଓ ନାତି ନାତୁଣୀ ସହ ଅଲି ଅଝଟ କରିବୁ । ଆମର ମୃତ୍ୟୁ ସମୟରେ ପୁଅର କାନ୍ଧରେ ମଶାଣୀକୁ ଯିବୁ ବୋଲି ହେଲେ ଏଠି ଏହାର ଓଲଟା ପରିଲିଖିତ ହେଲା । ଠିକ ଭାବେ ଦୁନିଆ ଦେଖି ନ ଥିବା ପୁଅ ବୃଦ୍ଧ ବାପା ମାଁ କୁ ପ୍ରତିପୋଷଣ କରିବା ପାଇଁ କମ ବୟସରେ ଦାଦନ ଖଟିବାକୁ ଯାଇଥିଲା । ବିଧିର ବିଧାନ ଯେ, ଲକଡାଉନ ଯୋଗୁଁ କାମ ଧନ୍ଦା ବନ୍ଦ ହେବା ଯୋଗୁଁ ବାପା ମା କୋଳକୁ ଫେରି ଆସୁଥିବା ବେଳେ ଅଧା ବାଟରେ ମୃତ୍ୟୁ ହୋଇଥିଲା ।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଟୋଲବ୍ରାହ୍ମଣୀ ଗ୍ରାମର ଜଣେ ଯୁବକ ବୃଦ୍ଧ ବାପା ମା କୁ ଆହାର ଯୋଗାଇବା ପାଇଁ   ପ୍ରବୀଣ ଶବର(୧୯) ଗୁଜୁରାଟକୁ କାମ ଅନ୍ୱେଷଣ ରେ ଯାଇଥିଲା । ଲକଡାଉନ ଯୋଗୁଁ ଘରକୁ ଫେରୁଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ଯୁବକଙ୍କ ମୃତ୍ୟୁ ପରେ ବୃଦ୍ଧ ବାପା ଓ ମାଁ କୁ ଆହାର ଯୋଗାଇବା ପାଇଁ କେହି ନାହାନ୍ତି । ଘରର ଏକ ମାତ୍ର ରୋଜଗାରଆ ପୁଅକୁ ହରାଇ ଦୁଃଖ ରେ ଭାଙ୍ଗିପଡିଛନ୍ତି ବୃଦ୍ଧ ବାପା ମା । ବର୍ତ୍ତମାନ ପ୍ରବୀଣଙ୍କ ମୃତ୍ୟୁ ପରେ ଏବେ ଘରେ ଚୁଲି ମଧ୍ୟ ଜଳୁନାହିଁ । ଏକ ମାତ୍ର ରୋଜଗାରିଆ ପୁଅ କୁ ହରାଇ ଦୁଃଖରେ କାନ୍ଦି କାନ୍ଦି ଘରେ ପଡି ରହିଛନ୍ତି ବୃଦ୍ଧ ବାପା ମାଁ । ମୃତ ପ୍ରବୀଣ ର ବାପା କ୍ଷେତ୍ର ଶବରଙ୍କ ୬୨ ବର୍ଷ ହୋଇଥେଲ ମଧ୍ୟ ଆଜି ପର୍ଯ୍ୟନ୍ତ ଭତ୍ତା ପାଇନାହାନ୍ତି । ସରକାରୀ ସୁବିଧା କହିଲେ ଯେ କେବଳ ରାସନ କାର୍ଡ଼ ଛଡା ତାଙ୍କ ପାଖରେ କିଛି ନାହିଁ । ମାଟି ଘରେ ଏବେ ବି ବାସ କରୁଛନ୍ତି । ସରକାର ଆଦିବାସୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଯୋଜନା ସବୁ ଅଧିକାରୀଙ୍କ ନାଲି ଫିତା ତଳେ ରହୁଥିବା ଯୋଗୁଁ ଅନେକ ଗରିବ ଲୋକ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଫଳରେ ପ୍ରବୀଣ ଭଳି ଅନେକ ଯୁବକ ଅନ୍ୟ ରାଜ୍ୟକୁ ଦାଦନ ଖଟି ଯାଇ ମୃତ୍ୟୁ ବରଣ କରୁଛନ୍ତି । ତୁରନ୍ତ ରାଜ୍ୟ ସରକାର ମୃତ ପ୍ରବୀଣ ପରିବାରକୁ ସରକାରୀ ସହାୟତା ଯୋଗାଇଦେବା ସହିତ ରହିବାକୁ ଆବାସ ଯୋଜନାରେ ଘର ଓ ଭତ୍ତା ଯୋଗାଇ ଦେବାକୁ ସାଧାରଣ ରେ ଦାବୀ ହୋଇଛି ।

ସମ୍ବନ୍ଧିତ ଖବର