ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ

ଧର୍ମଗଡ଼: କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଗତ ୧୮ ତାରିଖ ଦିନ ୧୫ ବର୍ଷିୟା ବାଳିକା ଜଣକ ଘରେ ଏକାକୀ ଥିବା ବେଳେ ବନ୍ଧାଗାଁର ହୃଦାନନ୍ଦ ବାଗ ଓରଫ୍‌ ଚକ୍ରଧର ଘରେ ପଶି ଦୁଷ୍କର୍ମ କରି ଫେରାର୍‌ ହୋଇଯାଇଥିଲା। ପରିବାର ଲୋକେ ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଉଦ୍ଧାର କରି ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ବିଷମକଟକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ମଙ୍ଗଳବାର ଏ ନେଇ ପରିବାର ଲୋକେ ଥାନାରେ ଅଭିଯେଗ କରିଛନ୍ତି। ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ଥାନାଧିକାରୀ ଉଲ୍ଲାସ ମାଝୀ ପ୍ରକାଶ କରିଛନ୍ତି। ତେବେ ଅଭିଯୁକ୍ତ ଫେରାର୍‌ ଥିବା ଜଣାଯାଇଛି।ର୍ୀୟ ଭାବନା ଓ ବିଶ୍ୱାସ ଯୋଗୁଁ ଜୈନ ଧର୍ମ ଜୀବିତ

ସମ୍ବନ୍ଧିତ ଖବର