ଓଡ଼ିଶା ଗରିବ ନୁହେଁ, ଓଡ଼ିଶାକୁ ଗରିବ କରାଯାଉଛି: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ଗରିବ ନୁହେଁ, ଓଡ଼ିଶାର ଲୋକାମାନେ ଆଜି ଗରିବ । ଏଥିପାଇଁ କେବଳ ଶାସନ ଦାୟୀ । ଓଡ଼ିଶାକୁ ଗରିବ କରାଯାଉଛି ।ପରିବର୍ତ୍ତନ ସଙ୍କଳ୍ପ ସମାବେଶରେ ବର୍ଷିଲେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ସଭାପତି ନିରଞ୍ଜନ ପଟ୍ଟନାୟକ । ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି। ୧୯ ବର୍ଷ ଭିତରେ କଳାହାଣ୍ଡି ଜିଲ୍ଲାର ବିକାଶ ହୋଇପାରିନି । ଶିକ୍ଷା ଆଉ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟ ନକହିଲେ ଭଲ । କଳାହାଣ୍ଡିରେ କଂଗ୍ରେସ ଅମଳରେ ତଥା ଅତୀତରେ ଯେତିକି ପ୍ରଗତିମୂଳକ କାମ ହୋଇଥିଲା ସେତିକି ହୋଇଛି । ଆଜି କଳାହାଣ୍ଡି ଦାନମାଝୀଙ୍କ ପାଇଁ ଲୋକପ୍ରିୟ ହୋଇଯାଇଛି । ଦାରିଦ୍ର‌୍ୟ ପାଇଁ ହିଁ କଳାହାଣ୍ଡି ପରିଚିତ ହୋଇଛି ।

କଳାହାଣ୍ଡି ୧୯ ବଷ ଶାସନ କାଳରେ ଗୋଟିଏ ହେଲେ ଜଳସେଚନ ଯୋଜନା ହୋଇପାରିନାହିଁ । କଂଗ୍ରେସ ସମୟରେ ଯେତିକି କାମ କରାଯାଇଥିଲା । ରାଜୀବ ଗାନ୍ଧୀ କଳାହାଣ୍ଡି ବିକାଶ ପାଇଁ କେବିକେ ଯୋଜନା ଆରମ୍ଭ କରିଥଲେ । କିନ୍ତୁ ମୋଦି ସରକାର ସବୁ ଉଠାଇଥିଲେ । ମୋଦି ସରକାରଙ୍କ ଟାର୍ଗେଟ କରି ନିରଞ୍ଜନ କହିଛନ୍ତି ଗରିବ, ମହିଳା, ଚାଷୀଙ୍କ ବେକାରଙ୍କ ପାଇଁ ନୁହେଁ ଏ ସରକାର । ଏ ସରକାର ରିଲାଏନ୍ସ, ବେଦାନ୍ତ ପରି ବଡ଼ ବଡ଼ କମ୍ପାନୀ ପାଇଁ । ସାଧାରଣ ଲୋକ ସୁରକ୍ଷା ନାହିଁ ପାଇଁ ନୁହେଁ ଏ ସରକାର ପୁଞ୍ଜିପତିଙ୍କ ପାଇଁ ।

ସମ୍ବନ୍ଧିତ ଖବର