ବଜ୍ରପାତରେ ୪ ଆହତ, ଜଣେ ଗୁରୁତର

ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଥୁଆମୂଳ ରାମପୁର ବଜାର ପଡ଼ିଆରେ ବଜ୍ରପାତ ହେବାରୁ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ସୂଚନାରୁ ପ୍ରକାଶ ଯେ ଥୁଆମୂଳ ରାମପୁର ଗ୍ରାମର ରବିଚନ୍ଦ୍ର ନାଏକ, ବାଳକୃଷ୍ଣ ସରାବୁ, ବାଗଡିଆଣି ଗ୍ରାମର ତ୍ରିନାଥ ନାଏକ ଓ ବିରିକୋଟ ଗ୍ରାମର ଦେବେନ୍ଦ୍ର ନାଏକ ବର୍ଷା ସହ ଘଡ଼ଘଡ଼ି ହେବାରୁ ବଜାରପଡ଼ିଆସ୍ଥିତ ଏକ କାଠ କ୍ୟାବିନ୍‌ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ ବଜ୍ରପାତ ହେବାରୁ ସମସ୍ତେ ‌ଚେତାଶୂନ୍ୟ ହୋଇପଡ଼ିଥିଲେ। ଏମାନଙ୍କ ମଧ୍ୟରୁ ବିରିକୋଟ ଗ୍ରାମର ଦେବେନ୍ଦ୍ର ନାଏକ (୪୮) ଓ ବିଭୀଷଣ ନାଏକ ଆହତ ହୋଇଥିଲେ। ଦୁଇଜଣଙ୍କୁ ଥୁଆମୂଳ ରାମପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦେବେନ୍ଦ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭବାନୀପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର