ବାଇକ୍‌ ଦୁର୍ଘଟଣାରେ ଜଣେ ଗୁରୁତର

ଭବାନୀପାଟଣା: ବୁଧବାର ରାତି ପ୍ରାୟ ୧୧ଟାରେ ବାଇକ୍‌ ଦୁର୍ଘଟଣାରେ ବାହାଦୂର ବଗିଚାପଡ଼ାର ମୋହିତ ଦାସ (୨୮) ଗୁରୁତର ହୋଇଛନ୍ତି। ସେ ତାଙ୍କ ବାଇକ୍‌ (ଓଆର୍‌ ୧୭ ୧୪୯୦) ନକଟିଗୁଡ଼ାରୁ ନିଜ ଘରକୁ ଫେରୁଥିବା ବେଳେ ଭବାନୀପାଟଣା ସହର ବାଲାଜୀ ମନ୍ଦିର ପେଟ୍ରୋଲ ପମ୍ପ ନିକଟରେ ବିପରୀତ ଦିଗରକୁ ଆସୁଥିବା ଏକ ପଲସର ବାଇକ୍‌ (ଓଡି୦୮- ୦୮୦୮) ଧକ୍କା ଦେଇ ଫେରାର୍‌ ହୋଇଯାଇଛି। ଗୁରୁତର ମୋହିତଙ୍କୁ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର