ରୋଷେଇ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳିକାଙ୍କ ମୃତ୍ୟୁ ଅଭିଯୋଗ

ଭବାନୀପାଟଣା: ମୁଖିଗୁଡା ସେକ୍ଟର-୩ କ୍ୱାଟର ନମ୍ବର ବିବିପି-୧୭ରେ ରୋଷେଇ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତ ଛାତ୍ରୀ ଜଣଙ୍କ ହେଉଛନ୍ତି ନାଗେଶ୍ୱରୀ ଜାନୀ। ସେ ଇନ୍ଦିରାବତୀ ମହାବିଦ୍ୟାଳୟ ଜୟପାଟଣରେ ଯୁକ୍ତ ୨ରେ ପଢୁଥିଲେ। ଘରେ କେହି ନଥିବା ବେଳେ ସେ ଆଜି ରୋଷେଇ କରୁଥିଲେ। ରୋଷେଇ କରିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଯିବା ଫଳରେ ନାବାଳିକା ଜଣଙ୍କ ନିଆଁରେ ପୋଡି ହୋଇ ଯାଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରିବାରଲୋକେ ପହଞ୍ଚିବା ପରେ ଜୟପାଟଣା ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର