ଆଜି ପୂର୍ବାହ୍ନ ୧୦ଟା ୫୦ ମିନିଟ୍ ସମୟରେ ଭବାନୀପାଟଣାରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଭବାନୀପାଟଣା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପୂର୍ବାହ୍ନ ୧୦ଟା ୫୦ ମିନିଟ୍ ସମୟରେ ଭବାନୀପାଟଣରେ ପହଞ୍ଚିବେ ବୋଲି ଆମର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୂଚନା ଦେଇଛନ୍ତି। ଇତିମଧ୍ୟରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର କ୍ରିଷ୍ଣା ନଗର ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ବିଜେପି କର୍ମୀ ଏବଂ ନେତାମାନେ ବହୁ ସଂଖ୍ୟାରେ ଯୋଗ ଦେଇସାରିଲେଣି ବୋଲି ସୂଚନା ମିଳିଛି। ସଭାମଞ୍ଚରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ  ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା ଏବଂ ବିଜେପିର ପ୍ରଚାର କମିଟି ଅଧ୍ୟକ୍ଷ ଡାକ୍ତର ଦାମୋଦର ରାଉତ ଉପସ୍ଥିତ ଅଛନ୍ତି। ଜଣେ ପ୍ରଧାନମନ୍ତ୍ରୀ ପ୍ରାୟ ୨୩ ବର୍ଷପରେ ଭବାନୀପାଟଣା ଆସୁଥିବା ଜଣାଯାଇଛି।

ଏଠାରେ ସୂଚନାଯୋଗ୍ୟ ଯେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାର କ୍ରିଷ୍ଣା ନଗର ପଡ଼ିଆରେ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଉଦବୋଧନ ଦେବେ।ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସିବା ପୂର୍ବରୁ ଟୁଇଟ୍‌ କରିଛନ୍ତି । ସେ ନିଜର ଟୁଇଟରରେ ଓଡ଼ିଆ ଭାଷାରେ ଲେଖିଛନ୍ତି ‘ଓଡିଶାରେ ଏମିତି କିଛି ବିଶେଷତା ଅଛି, ଯାହା ମୋତେ ବାରମ୍ବାର ଏହି ରାଜ୍ୟକୁ ଟାଣି ଆଣୁଛି । ଆଜି କଳାହାଣ୍ଡି ଜିଲ୍ଲାରେ ଏକ ପ୍ରଚାର ସଭାରେ ଯୋଗଦେଇ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଅଛି ।’

ସମ୍ବନ୍ଧିତ ଖବର