୩ ମାସ ପରେବି ପୁଲିସ ଅଭିଯୁକ୍ତକୁ ଧରିବାରେ ବିଫଳ

ରହସ୍ୟ ଘେରରେ ବ୍ୟବସାୟୀ କିଷନ ଅଗ୍ରୱାଲ ହତ୍ୟା ମାମଲା

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ନର୍ଲାରୋଡ଼ର ବ୍ୟବସାୟୀ କିଷନ ଅଗ୍ରୱାଲ ହତ୍ୟା ଘଟଣାକୁ ମଙ୍ଗଳବାର ୩ ମାସ ପୁରିଲା। ହେଲେ ପୁଲିସ ଅଭିଯୁକ୍ତକୁ ଧରିବାରେ ସକ୍ଷମ ହୋଇ ନଥିବାରୁ ନର୍ଲାରୋଡ଼ ବ୍ୟବସାୟୀ ସଂଘ ମଧ୍ୟରେ ପୁଲିସର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରକାଶ ଯେ, ନର୍ଲା ଥାନା ଅନ୍ତର୍ଗତ ନର୍ଲାରୋଡର ବ୍ୟବସାୟୀ କିଷନ ଅଗ୍ରୱାଲଙ୍କୁ ଗତ ନଭେମ୍ବର ୬ ତାରିଖ ରାତିରେ ଘରେ କେହି ନଥିବା ସମୟରେ ଦୁର୍ବୁତ୍ତମାନେ ହତ୍ୟା କରି ଫେରାର ହୋଇଯାଇଥିଲେ। ଏନେଇ ନର୍ଲା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ତଦନ୍ତ ବେଳେ ମୃତ କିଷନଙ୍କ ସାଙ୍ଗ ଓ ପରିବାର ଲୋକ ଓ କିଛି ବ୍ୟବସାୟୀଙ୍କୁ ପୁଲିସ ପଚରାଉଚରା କରି ଛାଡି ଦେଇଥିଲା। ହତ୍ୟାକରୀକୁ ତୁରନ୍ତ ଗିରଫ କରାଯିବ ବୋଲି ବାରମ୍ବାର ପ୍ରତିଶ୍ରୁତି ଦେଇ ଆସୁଥିବାବେଳେ ୩ ମାସ ପରେ ବି ସଫଳତା ପାଇପାରି ନାହିଁ। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର