ଖିଲାପୀ ମିଲର୍ସଙ୍କୁ ମଣ୍ଡି ମନା: କଳାହାଣ୍ଡି ଜିଲ୍ଲାରେ ୪୮ ହଜାର ୫୯୩ କ୍ୱିଣ୍ଟାଲ ଚାଉଳ ବାକି

ଖରିଫରେ କଷ୍ଟମ ମିଲିଂ ଚାଉଳ ଦେଇ ନାହାନ୍ତି ୧୭ ମିଲର୍ସ

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ଗତ କିଛିବର୍ଷ ଧରି କୋଟି କୋଟି ଟଙ୍କାର କଷ୍ଟମ ମିଲିଂ ଚାଉଳ ମିଲର୍ସମାନେ ପ୍ରଦାନ କରୁନାହାନ୍ତି। ଏନେଇ ପୂର୍ବରୁ ୨୦ ଜଣ ମିଲର୍ସଙ୍କ ମଧ୍ୟରୁ ୧୬ଜଣଙ୍କ ନାମରେ ଯୋଗାଣ ବିଭାଗ ପକ୍ଷରୁ ଓପିଡିଆର କେସ କରାଯାଇଥିବା ବେଳେ ୨ଜଣ ମିଲର୍ସ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତଥାପି ସେମାନଙ୍କ ଅଡୁଆ ଏଯାଏ ଛିଣ୍ଡୁ ନଥିବାନେଇ ବିଭାଗୀୟ ବିଶ୍ୱସନୀୟତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନ ଚଳିତ ଖରିଫ ଋତୁରେ ମଣ୍ଡିରୁ ଧାନ ନେଇ କଷ୍ଟମ ମିଲିଂ ଚାଉଳ ଏଯାବତ ପ୍ରଦାନ କରିନାହାନ୍ତି।

ଗତକାଲି ସୁଦ୍ଧା ଯୋଗାଣ ବିଭାଗ ତଥ୍ୟ ଅନୁଯାୟୀ, କଳାହାଣ୍ଡି ଜିଲ୍ଲାର ଚାରବାହାଲ ଆରବିଏଫଏନ ରାଇସମିଲର ୧୦୯୨.୫୧ କ୍ୱିଣ୍ଟାଲ, ଆରକେ ମଡର୍ଣ୍ଣ ଆର ଏଣ୍ଡ ବି ରାଇସମିଲର ୧୭୫୩.୬୮୯ କ୍ୱିଣ୍ଟାଲ, ଲଡୁଗାଁ ଜୟଦୁର୍ଗା ରାଇସମିଲର ୩୨୫୨.୩୧୯ କ୍ୱିଣ୍ଟାଲ, ଶ୍ରୀବଜରଙ୍ଗ ରାଇମିଲର ୪୭୨୧.୧୩୯ କ୍ୱିଣ୍ଟାଲ, ମହଲକ୍ଷ୍ମୀ ରାଇସମିଲର ୯୫୨.୨୮୮ କ୍ୱିଣ୍ଟାଲ, ଏଚଆର ଫୁଡ୍ସର ୨୩୭୮.୯୫୦୮ କ୍ୱିଣ୍ଟାଲ, ସାବିତ୍ରି ଏଗ୍ରୋ ପ୍ରଡକ୍ଟର ୨୨୩୯.୧୮୬ କ୍ୱିଣ୍ଟାଲ, ବଜରଙ୍ଗ ରାଇସ ଇଣ୍ଡଷ୍ଟ୍ରିର ୩୧୪୯. ୧୯୭ କ୍ୱିଣ୍ଟାଲ, ବଜରଙ୍ଗ ଏଗ୍ରୋ ଇଣ୍ଡଷ୍ଟ୍ରିର ୪୧୬୬.୧୫ କ୍ୱିଣ୍ଟାଲ, ଜୁନାଗଡ ଓମରାମ ରାଇସମିଲର ୩୫୯୬.୬୮ କ୍ୱିଣ୍ଟାଲ, କୋଦୋଗୁଡା ରାକେଶ ଟ୍ରେଡର୍ସର ୭୨୪୭.୮୪୧ କ୍ୱିଣ୍ଟାଲ, ଦାବ୍ରିପଦର ମହାଲକ୍ଷ୍ମୀ ରାଇସମିଲର ୮୪୭୭.୩୭୫୪ କ୍ୱିଣ୍ଟାଲ, ତୁଲାପଡା କନକଦୁର୍ଗା ରାଇସମିଲର ୪୮୯.୭୩୬ କ୍ୱିଣ୍ଟାଲ, କେସିଙ୍ଗା ଜୟଭାରତ ଅଏଲମିଲର ୨୬୯.୮ କ୍ୱିଣ୍ଟାଲ, ବର୍ଚ୍ଛି ଜୟଭାରତ ରାଇସମିଲର ୩୦୫.୭ କ୍ୱିଣ୍ଟାଲ, ଖଜୁରପଡା ହରିଅ` ରାଇସମିଲର ୧୬୫୯.୭୯୩ କ୍ୱିଣ୍ଟାଲ, ଶାନ୍ତିପୁର ମହାଲକ୍ଷ୍ମୀ ଫୋଡ ପ୍ରଡକ୍ଟର ୨୭୮୭.୬୯୧ କ୍ୱିଣ୍ଟାଲ ସମେତ ୧୭ଜଣ ମିଲର୍ସଙ୍କ ମଧ୍ୟରୁ ୧୦ ଜଣ ଅରୁଆ ପ୍ଲାଣ୍ଟ ଓ ୭ ଜଣ ଉସୁନା ପ୍ଲାଣ୍ଟର ସମୁଦାୟ ୪୮ ହଜାର ୫୯୩ .୮୫୨୨ କ୍ୱିଣ୍ଟାଲ ଚାଉଳ ପ୍ରଦାନ ବକେୟା ରହିଛି । ବକେୟା ଥିବାଯୋଗୁଁ ଏହି ୧୭ ମିଲର୍ସ ମଣ୍ଡିରେ ଧାନ କ୍ରୟ କରିବା ପାଇଁ ଅଯୋଗ୍ୟ ହୋଇଛନ୍ତି। ଗତ ଖରିଫ ଧାନ କ୍ରୟ କରି ଗତ ଏପ୍ରିଲ ୩୦ ତାରିଖ ସୁଦ୍ଧା ଚାଉଳ ପ୍ରଦାନ କରିବା ପାଇଁ ମିଆଦ ଥିଲା । କିନ୍ତୁ ଏହି ଖିଲାପି ମିଲର୍ସମାନେ ଏଯାବତ ତାଙ୍କ ବକେୟା ଚାଉଳ ପ୍ରଦାନ କରିନାହାନ୍ତି। ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଚାଉଳ ପ୍ରଦାନ ନକଲେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡିଛି । ଗୋଟିଏ ପକ୍ଷରେ ମିଲର୍ସ ମାନେ କଷ୍ଟମ ମିଲିଂ ଚାଉଳ ଫେରାଉ ନଥିବାବେଳେ କେବଳ ମାମଲା ରୁଜୁ କରି ଚୁପ ପଡି ପରୋକ୍ଷରେ ସେମାନଙ୍କୁ ଅନୁଗ୍ରହ ପ୍ରଦାନ କରିବା ନେଇ ଚାଷୀ ମହଲରେ କ୍ଷୋଭ ପ୍ରକାଶ ପାଇଛି । ପୂର୍ବରୁ ବର୍ଷ ବର୍ଷ ଧରି ଚାଉଳ ଫେରାଉ ନଥିବା ମିଲର୍ସଙ୍କୁ ଏଯାବତ କାର୍ଯ୍ୟାନୁଷ୍ଠାନ ନହେବା ବେଳେ ଚଳିତ ଖରିଫ ଋତୁର କଷ୍ଟମ ଚାଉଳ ଖିଲାପି ଥିଲେ ମଧ୍ୟ ବିଭାଗୀୟ ପଦକ୍ଷେପ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦରାଙ୍କୁ ପଚାରିବାରୁ ଯେଉଁ ମିଲର୍ସମାନେ କଷ୍ଟମ ମିଲିଂ ଚାଉଳ ଦେଇନାହାନ୍ତି ସେମାନଙ୍କୁ ମଣ୍ଡିରେ ଧାନ କ୍ରୟ ପାଇଁ ଟ୍ୟାଗିଙ୍ଗ କରାଯାଇନାହିଁ। ଅନ୍ୟପକ୍ଷରେ ସେପଟେମ୍ବର ସୁଦ୍ଧା ଚାଉଳ ନଦେଲେ କାର୍ଯ୍ୟାନୁଷ୍ଠାନ ହେବ। ପୂର୍ବରୁ ପ୍ରାୟ ୨୦ ଜଣ ମିଲର୍ସଙ୍କ ବିରୋଧରେ ଓପିଡିଆର ଆକ୍ଟରେ କେସ ଦାୟର କରାଯାଇଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର