ସଟ୍ଟା ଚଢଉ, ୨ ଗିରଫ

ଜୁନାଗଡ଼: ଜୁନାଗଡ ଥାନା ପୁଲିସ୍‌ ମଙ୍ଗଳବାର କାଳିଆକୁଣ୍ଡ ଗାଁରେ ଚାଲିଥିବା ସଟ୍ଟା ଆଡ୍ଡାରେ ଚଢ଼ଉ କରି ଦୁଇ ଜଣଙ୍କୁ ଗିରଫ କରିଛି। ପୁଲିସ୍‌ର ସୂଚନାନୁସାରେ ଗାଁର ପରମେଶ୍ୱର ନାଏକ (୨୫) ଓ ଚନ୍ଦ୍ରକାନ୍ତ ନାଏକ ସଟ୍ଟା ଏଜେଣ୍ଟ ଭାବେ ସଟ୍ଟା ଖେଳାଉଥିଲେ। ସୂଚନା ପାଇ ମଙ୍ଗଳବାର ପୁଲିସ୍‌ ଚଢ଼ଉ କରି ଉଭୟଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଯଥାକ୍ରମେ ୫୫୩୦ ଓ ୨୫୦୦ ଟଙ୍କା ଜବତ କରିଛି। ଏହା ସହ ମୋବାଇଲ୍‌, ସଟ୍ଟା ପାଇଁ ବ୍ୟବହୃତ ଚିରକୁଟ ଆଦି ଜବତ କରିଛି। ତେବେ ଅଳ୍ପ କିଛି କମିସନ୍‌ରେ କାମ କରୁଥିବା ଏଜେଣ୍ଟମାନଙ୍କୁ ଧରି ପୁଲିସ୍‌ ଦାୟିତ୍ୱ ସାରି ଦେଉଥିବା ବେଳେ ମୁଖ୍ୟ ଗାଦିଦାରଙ୍କ ଉପରେ ହାତ ଦେବାକୁ କାହିଁକି ଭୟ କରୁଛି ବୋଲି ଅଂଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ତୁରନ୍ତ ସେମାନଙ୍କୁ ଗିରଫ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର