ଚୋରି ବାଇକ୍‌ ଉଦ୍ଧାର, ୩ ଗିରଫ

କୋମନା କୋମନା ଥାନା କୁରେଶ୍ବର ଗ୍ରାମରୁ ୧୦ ତାରିଖ ହୋଇଥିବା ମଟର ସାଇକଲ୍‌କୁ କୋମନା ପୁଲିସ ଉଦ୍ଧାର କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋମନା ଏସ୍‌ଡିପିଓ ଏସ୍‌. ପଣ୍ଡାଙ୍କଠାରୁ ମିଳିଥିବା ସୂଚନାନୁସାରେ କୁରେଶ୍ବର ଗ୍ରାମର ରୂପ ସିଂ ବାଗଙ୍କ ଘରୁ ୧୦ ତାରିଖ ଏକ ନମ୍ବର ବିହୀନ ମଟରସାଇକଲ୍‌ ଚୋରି ହୋଇଥିବା ନେଇ ଶ୍ରୀ ସିଂ କୋମନା ଥାନାରେ ଅଭିଯୋଗ କରିଥିଲେ। ଏ ନେଇ କୋମନା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରିବା ସହ ମଟରସାଇକଲ୍‌ଟି ଉଲ୍‌ଭା ଗ୍ରାମର ପଦ୍ମଲୋଚନ ମାଝୀଙ୍କ ପାଖରୁ ଉଦ୍ଧାର କରିବା ସହ ପଦ୍ମଲୋଚନଙ୍କୁ ପଚରାଉଚୁରା କରିଥିଲା। ପଚରାଉଚୁରା ସମୟରେ ଭେଲା ଗ୍ରାମର ଦେବାର୍ଚ୍ଚନ ଦୁରିଆ ଓ ଆଗ୍ରେନ ଗ୍ରାମର କବିଚନ୍ଦ୍ର ନାଗ ମଟରସାଇକଲ୍‌କୁ ପଦ୍ମଲୋଚନଙ୍କ ପାଖରେ ୫ ହଜାର ଟଙ୍କାରେ ବନ୍ଧକ ରଖିଥିବା ପ୍ରକାଶ କରିଥିଲେ। ପରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର