ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ

ଭବାନୀପାଟଣା: ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଜୁନାଗଡ ରାସ୍ତା ଜାତୀୟ ରାଜପଥ ୨୬ର ଶଗଡା ପୋଲ ଉପରେ ଗୁରୁବାର ଏକ ଟ୍ରକ୍‌ ଦୁର୍ଘଟଣାଗସ୍ତ ହୋଇଛି। ଜୁନାଗଡ ପଟୁ ଭବାନୀପାଟଣା ଅଭିମୁଖେ ଆସୁଥିବା ଧାନ ବୋଝେଇ ଟ୍ରକ (ଓଡ଼ି ୦୮ଇ ୩୯୭୨) ଶଗଡା ପୋଲ ଉପରେ ଭାରସାମ୍ୟ ହରାଇ ଝୁଲି ରହିଥିଲା। ତେବେ ଅଳ୍ପକେ ଆସନ୍ନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା।

ସମ୍ବନ୍ଧିତ ଖବର