ଅଜଣା ଗାଡ଼ି ଚାପାରେ ଯୁବକ ମୃତ

କେସିଙ୍ଗା: କେସିଙ୍ଗା ଥାନା ତହଁସିର ଠାରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଅଜଣା ଯୁବକଙ୍କ ମୃତ୍ୟୁ ଘଟିଛି। ତହଁସିର ଅଂଚଲରୁ ମାଟି ଉଠାଉଥିବା ଏକ ହାଇୱା ଗତ ରାତିରେ ମାଡ଼ିଯିବା ଯୋଗୁଁ ତାଙ୍କ ମୃତ୍ୟୁ ହୋଇଥିବା ଏଠି ଆଲୋଚନାର ବିଷୟ ହୋଇଛି। ସେ ଅଂଚଳରୁ ରାତିରେ ରେଲୱେରେ କାଯ୍ୟର୍ କରୁଥିବା ପିଟି ପିଆଇଏଲ ଠିକା ସଂସ୍ଥା ମାଟି ଉଠାଉଛି। ତା ଗାଡ଼ି ଧକ୍କାରେ ହିଁ ଏହି ଯୁବକର ମୃତ୍ୟୁ ହେବା କଥା କୁହାଯାଉଥିବା ବେଳେ ଯେଉଁଭଳି ଭାବରେ ମୃତ୍ୟୁ ହୋଇଛି ତାହାକୁ ନେଇ ବିଭିନ୍ନ ସନ୍ଦେହ ସୃଷ୍ଟି ହେଉଛି। ଦୁର୍ଘଟଣା ଘଟାଇ ଗାଡ଼ି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ପୁଲିସ ଏଯାଏଁ ଗାଡ଼ିକୁ ଠାବ କରିପାରି ନାହିଁ। ଶବକୁ ଜବତ କରି କେସିଙ୍ଗା ହସପିଟାଲରେ ବ୍ୟବଚ୍ଛେଦ ପାଇଁ ରଖିଛି। ପୁଲିସ ସଠିକ ତଦନ୍ତ କରିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

ସମ୍ବନ୍ଧିତ ଖବର