ସିନାପାଲି: ଛତିଶଗଡ଼ ଧରୁଆପଡ଼ା ଗାଁ ଲୋବନୀ ରାଉତ (୩୦) ଚଚରାପଡ଼ା ଗ୍ରାମକୁ ନିଜ ଭାଇପୁଅ ବାହାଘରକୁ ଆସଥିଲେ। ସେଠାରେ କୌଣସି କାରଣକୁ ନେଇ ନିଜ ସଂପର୍କୀୟ ଜୟଲାଲ ରାଉତଙ୍କ ସହ ଲୋବନୀଙ୍କ ବଚସା ହୋଇଥିଲା। ଜୟଲାଲ ଉତ୍ତ୍ୟକ୍ତ ହୋଇ ଏକ କାଠ ଫାଳିଆରେ ଲୋବନୀ ଆକ୍ରମଣ କରିଥିଲେ। କାଠଫାଳିଆଟି ଲୋବନୀଙ୍କ ମୁଣ୍ଡରୁ ବାଜିବାରୁ ସେ ପଡି ଯାଇଥିଲେ ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ ଜୟଲାଲ ଫେରାର୍ ହୋଇ ଯାଇଥିଲେ। ଏନେଇ ଚଞ୍ଚଳ ରାଉତ ଅଭିଯୁକ୍ତ ଜୟଲାଲ ରାଉତଙ୍କ ବିରୋଧରେ ସିନାପାଲି ଥାନାରେ ଲିଖିତ ଅଭିଯୋଗ କରିବାରୁ ପୁଲିସ କେସ ନଂ. ୬୨ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp