ଚିକିତ୍ସାଧୀନ ମହିଳାଙ୍କ ମୃତ୍ୟୁ

କୋକସରା: କୋକସରା ବ୍ଲକ୍‌ ଲଡୁଗାଁ ବନ୍ଧପଡ଼ାର ଲକ୍ଷ୍ମୀନାରାୟଣ ପଣ୍ଡାଙ୍କ ସ୍ତ୍ରୀ ପ୍ରଭାସିନୀ ପଣ୍ଡା (୪୮)ଙ୍କ ବ୍ରହ୍ମପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ୨ ଦିନ ତଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ନବରଂଙ୍ଗପୁର ଡାକ୍ତରଖାନାକୁ ଚିକତ୍ସା ପାଇଁ ନିଆ ଯାଇଥିଲା। ସେଠାରେ ତାଙ୍କ ସ୍ଥିତିର ସୁଧାର ନହେବାରୁ କୋରାପୁଟ ଓ ପରେ ବ୍ରହ୍ମପୁର ଡାକ୍ତରଖାନାକୁ ନିଆ ଯାଇଥିଲା। ବ୍ରହ୍ମପୁରରେ ଡାକ୍ତର ତାଙ୍କୁ ବୁଧବାର ସକାଳେ ମୃତ ଘୋଷଣା କରିଥିଲେ। ମହିଳା ଜଣକ ଡେଙ୍ଗୁରେ ଆକ୍ରାନ୍ତ ଥିଲେ ବୋଲି ଗାଁରେ ଆଲୋଚନା ହେଉଛି। ଏ ସମ୍ପର୍କରେ ମୃତ ମହିଳାଙ୍କ ପରିବାର ଲୋକଙ୍କୁ ଯୋଗାଯୋଗ ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ନଥିଲା। ଡେଙ୍ଗୁରେ ମୃତ୍ୟୁ ହେବା ଘଟଣା ସମ୍ପର୍କରେ କୋକସରା ମେଡିକାଲ ଇନ୍‌ଚାର୍ଜ ଡା. ସୁଶୀଳ ସାହୁଙ୍କୁ ପଚାରିବାରୁ ତାଙ୍କ ପାଖରେ କୌଣସି ସୂଚନା ନାହିଁ ବୋଲି ସେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର