ମାଲକାନଗିରି:ଲଗାଣ ବର୍ଷା ଯୋଗୁଁ ପୋଲ ଉପରେ ୪ ଫୁଟ୍‌ର ପାଣି

ମାଲକାନଗିରି: ଉପରମୁଣ୍ଡରେ ଲଗାଣ ବର୍ଷା ଫଳରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ପୋଲ ବୁଡ଼ି ପାଣି ଚାଲୁଥିବାର ମାଲକାନଗିରି- କାଲିମେଳା ବିଛିନ୍ନ ହୋଇପଡ଼ିଥିବା ବେଳେ କାଲିମେଳା- ପଡ଼ିଆ ମଧ୍ୟରେ ଯୋଗାଯେଗ ବିଛିନ୍ନ ହୋଇପଡ଼ିଛି।
ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି- କାଲିମେଳା ମଧ୍ୟରେ ଥିବା ଟାଙ୍ଗରୁକଣ୍ଡା ପୋଲ ଉପରେ ୩ ଫୁଟର ପାଣି ହୋଇଯାଇଥିବା ବେଳେ କାଲିମେଳା- ପଡ଼ିଆ ମଧ୍ୟରେ ଥିବା କନ୍ୟାଶ୍ରମ ପୋଲ ଉପରେ ୪ ଫୁଟ୍‌ର ପାଣି ପ୍ରବାହିତ ହଉଛି। ତେଣୁ ଉଭୟ ଅଞ୍ଚଳକୁ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି।

ସମ୍ବନ୍ଧିତ ଖବର