କନ୍ଧମାଳ: ଦୋଷ କଲେ ଡାକ୍ତର, ଟଙ୍କା ଗଣିଲା ପ୍ରଶାସନ

ଏମସ୍‌ରେ ନର୍ସିଂ ଛାତ୍ରୀଙ୍କ ଛାତିରୁ କଢା ହେଲ ଭଂଗା ଛୁଞ୍ଚି

ଫୁଲବାଣୀ: ଭୁବନେଶ୍ୱର ଏମସ୍‌ (ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥାନ)ରେ ଶନିବାର ଅସ୍ତ୍ରୋପଚାର କରି ନର୍ସିଂ ଛାତ୍ରୀ ସୁଜାତାଙ୍କ ଛାତିରେ ରହିଯାଇଥିବା ଭଙ୍ଗା ଛୁଞ୍ଚିକୁ କଢା ଯାଇଛି। କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ମାଶ୍ରିପଡାର ସୁଜାତା ମଲ୍ଲିକ କନ୍ଧମାଳ ନର୍ସିଂ କଲେଜ ଏଏନଏମ ପ୍ରଥମ ବର୍ଷ ଛାତ୍ରୀ। ସୁଜାତଙ୍କର ଛାତ୍ରି ଯନ୍ତ୍ରଣା ହେବାରୁ ପରୀକ୍ଷା କରାଯାଇଥିଲା। ଡାହାଣ ପଟ ଛାତିରେ ଟ୍ୟୁମର ଥିବା ଜଣା ପଡିଥିଲା।

ଗତ ଜାନୁଆରି ୩ରେ ସୁଜାତାଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅସ୍ତ୍ରୋପଚାର କରାଯାଇଥିଲା। ହେଲେ ଦାୟିତ୍ୱହୀନତା ଭାବେ ଅସ୍ତ୍ରୋପଚାର ସମୟରେ ଏକ ଭଙ୍ଗା ଛୁଞ୍ଚି ପେଟରେ ରହି ଯାଇଥିଲା। ସୁଜାତା କଷ୍ଟ ଅନୁଭବ କରିବାରୁ ସେ ପୁଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିବା ପରେ ପରୀକ୍ଷା ପରେ ଛୁଞ୍ଚି ରହି ଯାଇଥିବା ଜଣା ପଡିଥିଲା। ଏ ନେଇ ବିଭିନ୍ନ ଗଣାମଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଚେଇଁ ଉଠିଥିଲା। ଚିକିତ୍ସା ଖର୍ଚ୍ଚ ପ୍ରଶାସନ ବହନ କରିବ ବୋଲି କୁହାଯାଇଥିଲା।

ସମ୍ବନ୍ଧିତ ଖବର