କନ୍ଧମାଳରେ ପୁଲିସକୁ ଗଞ୍ଜେଇ ମାଫିଆଙ୍କ ଆକ୍ରମଣ, ଗୁରୁତର ଓଆଇସିଙ୍କୁ ହସ୍ପିଟାଲରେ ଭର୍ତ୍ତି

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ଗଞ୍ଜେଇ ମାଫିଆମାନେ ସକ୍ରିୟ ହୋଇଛନ୍ତି। ପୁଲିସକୁ ଗଞ୍ଜେଇ କାରବାର ସହିତ ଜଡ଼ିତ ମାଫିଆଙ୍କ ଦ୍ୱାରା ଆକ୍ରମଣର ଶିକାର ହେବାକୁ ପଡ଼ିଛି। ସୂଚନା ଅନୁସାରେ ଗଞ୍ଜେଇ ମାଫିଆମାନେ ଶୁକ୍ରବାର ସନ୍ଧ୍ୟାରେ ଗୋଚ୍ଛାପଡ଼ା ପୁଲିସ ଥାନାର ଓଆଇସି ମୃତ୍ୟୁଞ୍ଜୟ ପ୍ରଧାନଙ୍କୁ ଆକ୍ରମଣ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ କନ୍ଧମାଳ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାରୁ ବାହାର ରାଜ୍ୟକୁ ବ୍ୟାପକ ଭାବରେ ଗଞ୍ଜେଇ ଚାଲାଣ ହେଉଛି। ଏଠାରୁ ଟ୍ରେନ ବ୍ରହ୍ମପୁର ରେଲେଓ୍ଵ ଷ୍ଟେସନ ଦେଇ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଗୁଜୁରାଟ ଆଦି ରାଜ୍ୟକୁ ଗଞ୍ଜେଇ ଚୋରା ଚାଲଣ ହେଉଛି। ବେଳେ ବେଳେ ଟ୍ରକ ଓ କାର ଯୋଗେ ମଧ୍ୟ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଛି। ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ଉପରେ ପୁଲିସ ସବୁବେଳେ ନଜର ରଖିଥିବାରୁ ଆକ୍ରମଣର ଶିକାର ହେବାକୁ ପଡୁଛି।

 

ସମ୍ବନ୍ଧିତ ଖବର