୨ ବର୍ଷର ଝିଅକୁ କଚାଡ଼ି ମାରିଲା ବାପା

ଫୁଲବାଣୀ : ଭୁଲିଗଲା ହିତାହତ ଜ୍ଞାନ। ନିଜ ଜନ୍ମକଲା ଝିଅକୁ ବି ଚିହ୍ନି ପାରିଲାନି ମଦୁଆ ବାପ। ନିଶାରେ ଚୁର ଥିବା ବାପା ଶେଷର ନିଜର ନିଷ୍ପାପ ଶିଶୁକନ୍ୟାକୁ କଚାଡି ମାରିଦେଇଛି। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ମୁଣ୍ଡ୍ରାବାଲିରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ଅରବିନ୍ଦ ପ୍ରଧାନ ନାମକ ଜଣେ ମଦୁଆ ବାପ ତା’ର ୨ ବର୍ଷର ଝିଅକୁ କଚାଡି ମାରି ଦେଇଛି। ଗ୍ରାମବାସୀ ଅଭିଯୁକ୍ତ ଅରବିନ୍ଦକୁ ବାନ୍ଧି ରଖି ପୁଲିସ୍‌ର ଜିମା ଦେଇଛନ୍ତି।

ମିଳିଥିବା ଖବର ମୁତାବକ ଏହି ଗାଁର ଅରବିନ୍ଦ ପ୍ରଧାନ ଗତକାଲି ଅପରାହ୍ନରେ ମଦ ପିଇ ଘରକୁ ଫେରିଥିଲା। ନିଶାରେ ପତ୍ନୀ କୁମୁଦିନୀ ପ୍ରଧାନଙ୍କୁ ମାଡ ମାରିବାକୁ ଗୋଡାଇ ଥିଲା। ଏଥିରେ ଜୀବନ ଭୟରେ କୁମୁଦିନୀ ଘରୁ ବାହାରକୁ ପଳାଇ ଯାଇଥିଲା। ହେଲେ ଘର ଅଗଣାରେ ଖେଳୁଥିବା ୨ ବର୍ଷର ଝିଅ ରିତିମାକୁ ଧରି ବାପା ଅରବିନ୍ଦ ବାରଣ୍ଡାରେ ଜୋରରେ କଚାଡି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଶିଶୁଟିର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର