ଅଟୋ ଓଲଟି ଜଣେ ମୃତ, ୧୦ ଆହତ

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ବଜାର ଶିବମନ୍ଦିର ନିକଟରେ ଆଜି ଏକ ଅଟୋ ଓଲଟିି ଅବସରପ୍ରାପ୍ତ ଶିକ୍ଷକ ଗ୍ରାସିଆନ ବଳିୟାରସିଂ (୭୨)ଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଜଣ ଆହତ ହୋଇଛନ୍ତି। ଜଣେ ଗୁରୁତର ପୁଡ଼ି ମଳିକ (୩୮)ଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆଜି ଅପରାହ୍ନ ୩ଟାରେ କାଟିଙ୍ଗା ପଞ୍ଚାୟତ ଆଡ଼ିବଙ୍ଗା ଗ୍ରାମର ଦୁଇଶିଶୁଙ୍କ ସମେତ ୯ଜଣ ଯାତ୍ରୀ ବ୍ରାହ୍ମଣୀଗାଁରୁ ଅଟୋରେ ଯାଉଥିବା ବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ସବିତା ମାଝି(୧୭), ସୁଜାତା ମଳିକ(୧୬), ମଞ୍ଜୁୁଳା ମଳିକ(୩୫), ମେନକା ମଳିକ(୩୨), ପୁଡ଼ି ମଳିକ(୩୮), ଗ୍ରାସିୟାନ ବଳିୟାରସିଂ (୭୨), ବଡ଼ି ମଳିକ(୬୦), ଗଗନ ମଳିକ(୧୮) ଓ କିସ୍ତିନା ମଳିକ ଦୁଇଜଣ ଶିଶୁ ଆହତ ହୋଥିଲେ। ଆହତଙ୍କୁ ବ୍ରାହ୍ମଣୀଗାଁ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଗ୍ରାସିଆନ୍‌ଙ୍କ ଚିକତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ବେଳେ ପୁଡ଼ିଙ୍କୁ ବ୍ରହ୍ମପୁର ବଡ଼ମେଡିକାଲ ପଠାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର