କନ୍ଧମାଳ: ୯ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ବାଲିଗୁଡ଼ା ଜଙ୍ଗଲରୁ ମୃତଦେହ ଉଦ୍ଧାର

କନ୍ଧମାଳ: କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଅଞ୍ଚଳର ଜଣେ ୯ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ନାବାଳିକା ଆଜି ସକାଳୁ ସ୍କୁଲରୁ ଫେରି ଶୌଚ ହେବାକୁ ଯାଇଥିଲା। ଦୀର୍ଘ ସମୟ ଧରି ଘରକୁ ନ ଫେରିବାରୁ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା। ନାବାଳିକା ଘର ନିକଟରେ ଥିବା ଜଙ୍ଗଲ ଆଡ଼କୁ ଶୌଚ ହେବାକୁ ଯାଇଥିବା ବେଳେ ତାକୁ କେହି ନେଇ ପ୍ରଥମେ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ନାବାଳିକାର କ୍ଷତାକ୍ତ ମୃତଦେହକୁ ପୁଲିସ ଅପରାହ୍ନରେ ଜଙ୍ଗଲ ଭିତରୁ ଉଦ୍ଧାର କରିଛି। ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି।

 

ସମ୍ବନ୍ଧିତ ଖବର